Sunday, November 15, 2026
Home ଆଞ୍ଚଳିକ ଟ୍ରକ ଧକ୍କା ରେ ଯୁବକ ଙ୍କ ମୃତ୍ୟୁ

ଟ୍ରକ ଧକ୍କା ରେ ଯୁବକ ଙ୍କ ମୃତ୍ୟୁ

45

ବିଷମକଟକ-୧୮-୯-(ଜିଲ୍ଲା ଖବର ) :

ମୁନିଗୁଡା ଠାରେ ଟ୍ରକ୍ ଚାପାରେ ମୁନିଗୁଡା ପାଇକସାହିର ସୁବାସ ଚନ୍ଦ୍ର ସାହୁ ମୃତ୍ୟୁ ବରଣ କରିଛନ୍ତି। ଆଜି ଭୋର ସମୟରେ ସୁବାସ ତିନିକୋଣିଆ ଛକରେ ଯାଉଥିବା ସମୟରେ ପଛପଟୁ ରାୟଗଡା ଅଭିମୁଖେ ଯାଉଥିବା ଏପି 05ଟିବି 2359 ନମ୍ବର ଟ୍ରକର ପଛଚକା ଚାଲିଯାଈଥିବାବେଳେ ଅନ୍ୟ ଏକ ଟ୍ରକର ଆଗ ଚକା ଚାଲିଯାଇଥିଲା। ଘଟଣାସ୍ଥଳରେ ସୁବାସର ମୃତ ଶରୀରରେ ଚକା ଚଢିଯାଇ ଖଣ୍ଡବିଖଣ୍ଡିତ ହୋଇଥିଲା। ଖବର ପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶଵ ଜଵତ କରି ଵ୍ୟବଛେଦ ନିମନ୍ତେ ମୁନିଗୁଡା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ଏବଂ ପୋଲିସ ଇଉଡି କେସ୍ କରି ଟ୍ରକ ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ଶଵଵ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।