
ଜଟଣୀ ,୧୮/୯(ଜିଲ୍ଲା ଖବର): ସ୍ଥାନୀୟ ସେଞ୍ଚୁରୀୟାନ କଲେଜ ନିକଟସ୍ଥ ଖଣିରୁ ଏକ ଯୁବକର ମୃତ ଦେହ ଜବତ l ସୂଚନା ଅନୁଶାରେ ଜଟଣୀ ଥାନା ଅନ୍ତର୍ଗତ ଲୋକ କଲୋନୀ ବାସିନ୍ଦା ରେଳବାଇ କର୍ମଚାରୀ ସୁରେଶ ନାଏକଙ୍କ ପୁତ୍ର ଶ୍ରୀତମ ନାଏକ (24ବର୍ଷ ) ଆଜି ପ୍ରତିଦିନ ଭଳି ନିଜ କର୍ମକୁ ବାହାରି ଯାଇଥିଲେ l ସେ ଠିକା ସଫେଇ କର୍ମଚାରୀ ଥିଲେ l ନିଜର ସଫେଇ କାମ ସାରି କିଛି ସାଥୀଙ୍କ ସହ ସେଞ୍ଚୁରୀୟାନ ପାଖ ପଥର ଖଣିକୁ ଗାଧୋଇବା ପାଇଁ ଯାଇଥିଲେ l ସେହି ପଥର ଖଣିରେ ଏକ ସପ୍ତାହ ହେବ ଲଗାଣ ଲଘୁଚାପ ବର୍ଷାରେ ପାଣି ପୂର୍ଣ୍ଣ ରହିଥାଏ l ଶ୍ରୀତମ ନାଏକ ପହଁରା ଜାଣିନଥିବା ପରିବାର ପକ୍ଷରୁ କୁହାଯାଇଛି l ଗାଧୋଇବାକୁ ଯିବା ବେଳେ ନିଜର ଭାରଶ୍ୟାମ ହରାଇ ଖଣିରେ ବୁଡ଼ିଯାଇ ମୁର୍ତ୍ୟୁ ବରଣ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ l ଯୁବକର ସାଥିମାନେ ଏହି ଅବସ୍ଥା ଦେଖି ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ l ଖବର ପାଇଁ ଯୁବକର ଆତ୍ମୀୟ ସଂଗ୍ରାମ ନାଏକ ଜଟଣୀ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ l ଏହି ଲିଖିତ ଅଭିଯୋଗକୁ ଆଧାରକରି ଜଟଣୀ ଥାନା ଆଇ.ଓ. ଜଳନ୍ଧର ନାୟକ ଘଟଣା ସ୍ଥଳରେ ପହଂଚି ଯୁବକର ମୃତ ଦେହ ଉଦ୍ଧାର କରି ଅପମ୍ୟୁର୍ତ୍ୟୁ ମାମଲା 36/2021 ରେ ୠଜୁକରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇ ଥିଲେ l ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପ୍ରତିନିଧି ଅନନ୍ତ ବେହେରା ଏବଂ ଆଲୋକ ମହାନ୍ତି ପହଂଚି ତାଙ୍କ ପରିବାର ସଦଶ୍ୟଙ୍କୁ ସହାନୁଭୂତି ପୂର୍ଣ୍ଣ ସାହାଯ୍ୟର ହାତ ବଢ଼ାଇଥିଲେ l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


