Thursday, November 12, 2026
Home ଆଞ୍ଚଳିକ ଆରମ୍ଭ ହେବ ଗଜପତି ଦିବ୍ୟସିଂହ ଦେବଙ୍କ ୬୪ ଅଙ୍କ

ଆରମ୍ଭ ହେବ ଗଜପତି ଦିବ୍ୟସିଂହ ଦେବଙ୍କ ୬୪ ଅଙ୍କ

12

୧୮/୦୯/୨୧ (ଜିଲ୍ଲା ଖବର) : ଆଜି ଓଡ଼ିଆଙ୍କ ଆଉ ଗୋଟିଏ ନୂଆବର୍ଷ । ଆଜିଠୁ ଆମ ଠାକୁର ରାଜାଙ୍କ ନୂଆ ଅଙ୍କ ଚାଳନା ହେବ । ଆରମ୍ଭ ହେବ ଗଜପତି ଦିବ୍ୟସିଂହ ଦେବଙ୍କ ୬୪ ଅଙ୍କ। ଓଡ଼ିଆ ପାଞ୍ଜିରେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ। ଯାହାକୁ ସାଧାରଣରେ ଓଡ଼ିଆ ନବବର୍ଷ ଭାବେ ଗୃହୀତ କରାଯାଇଛି। 

କିନ୍ତୁ ସୁନିଆଟ୍ଟବା ବାମନ ଜନ୍ମ ତିଥିରେ ଶ୍ରୀମନ୍ଦିର ପରମ୍ପରାରେ ଗଜପତିଙ୍କ ରାଜ୍ୟାଭିଷକ ହୁଏ। ସୁନିଆଁ ହେଉଛି ଓଡ଼ିଆ ରାଜାଙ୍କ ରାଜତ୍ୱ ଓ ଓଡ଼ିଶା ଶାସକୀୟ ଅଙ୍କ ଗଣନା ବର୍ଷର ପ୍ରଥମ ଦିନ । ଗଜପତିଙ୍କ ରାଜସ୍ୱ ଆଦାୟ ଓ ନୂଆ ଖାତା ଆରମ୍ଭର ଦିନ। ସୁନିଆଁ ଦିନ ଗୋଟିଏ ସୁନା ମୋହର ଉପରେ ଗଜପତିଙ୍କ ରାଜତ୍ୱର ଅଙ୍କ ବା ବର୍ଷ ଚିହ୍ନିତ କରାଯାଏ। ଏହାକୁ ସାଧାରଣ ଭାଷାରେ କହନ୍ତି ଅଙ୍କକଟା। ସୁନା ଶବ୍ଦ ସହ ଜଡ଼ିତ ପରମ୍ପରା ହୋଇଥିବାରୁ ସମ୍ଭବତଃ ଆଜିର ଦିନକୁ କୁହନ୍ତି ସୁନିଆଁ। 

୧୯୭୦ ମସିହା ଜୁଲାଇ ୭ ତାରିଖ। ଭୋଇ ବଂଶର ୨୫ତମ ଗଜପତି ଭାବେ ମାତ୍ର ୧୭ ବର୍ଷ ବୟସରେ ରାଜଗାଦି ହୁଅନ୍ତି ବର୍ତ୍ତମାନର ଗଜପତି ମହାରାଜ ଦିବ୍ୟସିଂହ ଦେବ(୪ର୍ଥ)। ଶ୍ରୀମନ୍ଦିରରେ ଶାଢୀ ବନ୍ଧାଇ ଗଜପତି ମହାରାଜ ମହାପ୍ରଭୁଙ୍କ ଆଦ୍ୟ ସେବକ ହେବାପରେ ଆରମ୍ଭ ହୁଏ ଅଙ୍କ ଗଣନା। ଆଜି ହେଉଛି ସେହି ରାଜା ଆମ ପ୍ରିୟ ଗଜପତି ମହାରାଜଙ୍କ ୬୪ ଅଙ୍କ। 

ପୁରୀ ଶ୍ରୀ ନହରରେ ୧୬ ଶାସନ, ଛତିଶ କରବାଡର ବ୍ରାହ୍ମଣଙ୍କ ସହ ୧୬ କରଣଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୋହର ପ୍ରଚଳନ ହେବ। ଓଡ଼ିଶାରେ ଜନ୍ମ ନେଉଥିବା ଶିଶୁମାନଙ୍କ ଜନ୍ମ ଜାତକରେ ଲେଖାଯିବ ଏହି ନୂଆ ଅଙ୍କ ଆଉ ଗଜପତି ମହାରାଜାଙ୍କ ନାଁ ।