Wednesday, October 14, 2026
Home ଆଞ୍ଚଳିକ ପୋଡାମାରି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଜଣେ ମୃତ୍ୟୁ, ଜଣେ ଆହତ

ପୋଡାମାରି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଜଣେ ମୃତ୍ୟୁ, ଜଣେ ଆହତ

29

ସାନଖେମୁଣ୍ଡି (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଦୁଇ ଟ୍ରକ ମଧ୍ୟରେ କାର ଚିପି ହୋଇଯିବା ଫଳରେ ଜଣଙ୍କର ମୃତ୍ୟ ଓ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତ ଜଣଙ୍କ ହେଲେ ଶ୍ରୀକାନ୍ତ ନାୟକ ବୟସ(୩୦) ଗୁରୁତର ସୁନୀଲ ବେହେରା ବୋଲି ଜଣାପଡିଛି। ସୂଚନାନୁଯାୟୀ ଉଭୟ ବ୍ରହ୍ମପୁର ସହରର ଓ ସେମାନେ କୌଣସି କାମରେ ଅପରାହ୍ନରେ ନିଜ କାରରେ (ଓଡ଼ି୦୭ ଏଏ ୫୮୬୦) ଯୋଗେ ଗଜପତି ଜିଲ୍ଲା ମୋହନା ଯାଇ ସନ୍ଧ୍ୟାରେ ଫେରିବା ବାଟରେ କାରକୁ ପଛପଟରୁ ଏକ ଡ଼ମ୍ପର ଧକ୍କା ଦେବା ଫଳରେ କାର ସମ୍ମୁଖରେ ଯାଉଥିବା ଆଉ ଏକ ଟ୍ରକ ମଧ୍ୟରେ ଚାପି ହୋଇଯାଇଥିଲା। କାର ଭିତରେ ଚାପି ହୋଇଯାଇଥିବା ଉଭୟଙ୍କୁ ଉଦ୍ଧାର କରି ଦମକାଳୀ ବାହିନୀ ଓ ଗ୍ରାମବାସୀ ସହାୟତରେ ଦିଗପହଣ୍ଡି ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଡାକ୍ତର ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଓ ଗୁରୁତର ସୁନୀଲଙ୍କୁ ପ୍ରାଥମିକ ଚିକତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପାଟପୁର ପୋଲିସ ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଶବକୁ ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।