
୧୮/୦୯/୨୧ (ଜିଲ୍ଲା ଖବର) : ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ।ରିମାଣ୍ଡରେ ଯିବେ ଅଭିଯୁକ୍ତ । SDJM କୋର୍ଟରେ ୭ ଦିନ ରିମାଣ୍ଡ ଆବେଦନ କଲା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ । ରିମାଣ୍ଡ ଆବେଦନ ନେଇ ଅତିରିକ୍ତ SP ପ୍ରଶାନ୍ତ ବିଷୋୟୀ ସୂଚନା ଦେଇଛନ୍ତି ।
୫ ଅଭିଯୁକ୍ତକୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ । ବାଲେଶ୍ଵରରୁ କଟକକୁ ଆଣି ଜେରା କରିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ । ସମସ୍ତ ଦିଗକୁ ନେଇ ଆରମ୍ଭରୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ରହିଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କର ଲିଙ୍କ ଅଛି କି ନାହିଁ, ଟଙ୍କା ଟ୍ରାଞ୍ଜକସନ କଣ ପାଇ ହୋଇଛି । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ? ଏହିପରି ଅନେକ ପ୍ରଶ୍ନକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ ।



