
୧୮/୦୯/୨୧ (ଜିଲ୍ଲା ଖବର) : ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ନୂଆ ନୂଆ ପ୍ଳାନ ବ୍ୟବହାର କରି ଲୋକଙ୍କୁ ଠକିବାରେ ଲାଗିଛନ୍ତି। ସିମ୍ କାର୍ଡ ସ୍ୱାପିଂ କରି ଠକେଇ । ଏପରି ଅଭିଯୋଗରେ ସ୍ପେଶାଲ ସ୍କ୍ୱାର୍ଡ କବଜାରେ ୩ ଜଣିଆ ଠକ ।
ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ରାକେଟର ୩ ଜଣଙ୍କୁ ଉଠେଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ୩ ଜଣଙ୍କଠାରୁ ବିପୁଳ ପରିମାଣର ସିମ କାର୍ଡ଼ ଜବତ ହୋଇଛି । ରାକେଟର ଟାର୍ଗେଟରେ ଥିଲା ଗ୍ରାହକଙ୍କ ସ୍ପେଶାଲ ନମ୍ବର । ନମ୍ବର ବନ୍ଦ ହୋଇଯିବା କହି ଓଟିପି ହାତେଇ ସାଇବର ଠକ ଲୁଟ୍ କରୁଥିଲେ । ସେମାନଙ୍କଠାରୁ ସିମ କାର୍ଡ଼ ସହ ଅଧାର କାର୍ଡ ଓ ମୋବାଇଲ ଜବତ କଲା ପୋଲିସ । ଏହାସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।



