Tuesday, October 13, 2026
Home ଆଞ୍ଚଳିକ ବର୍ଷାପରର ସ୍ଥିତି, ହନ୍ତସନ୍ତ ହେଉଛନ୍ତି ଲୋକେ

ବର୍ଷାପରର ସ୍ଥିତି, ହନ୍ତସନ୍ତ ହେଉଛନ୍ତି ଲୋକେ

6

ବାଲେଶ୍ୱର,୧୮/୦୯/୨୧ (ଜିଲ୍ଲା ଖବର) : ଦୀର୍ଘ ୩ ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିଲା। ବର୍ଷା ସିନା ଛାଡିଗଲା ହେଲେ ଛାଡିଦେଇଗଲା ଅନେକ ଦୁର୍ଦ୍ଦଶା । ଏବେବି ଅନେକ ଲୋକ ପାଣିଘେରରେ। 

୩ ଦିନ ହେବ ଜଳବନ୍ଦୀ ବାଲେଶ୍ୱରର ବାଲିଆପାଳବାସୀ । ଲଗାଣ ବର୍ଷା ଯୋଗୁ ପାଣି ଘେରରେ ଲୋକେ । ଘରେ ପାଣି ପଶିଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ବିପନ୍ନ । ସବୁଠୁ ଦୁର୍ଭାଗ୍ୟର କଥା, ଏଯାଏ ସେମାନଙ୍କ ପାଖେ ପହଞ୍ଚି ନାହାଁନ୍ତି ପ୍ରଶାସନିକ ଅଧିକାରୀ । କେବେ ସରକାରୀ ବାବୁ ସେମାନଙ୍କ ଦୁଃଖ ଶୁଣିବେ ତାକୁ ଅନେଇ ବସିଛନ୍ତି ।