Monday, October 12, 2026
Home ଅପରାଧ ବିବାହ ମଣ୍ଡପରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବିବାହ ମଣ୍ଡପରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

9

ଭୁବନେଶ୍ୱର,୧୮/୦୯/୨୧ (ଜିଲ୍ଲା ଖବର) :  ବିବାହ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର।  ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ପ୍ରକାଶ ବଳ ହୋଇଥିବା ଜଣାପଡିଛି । ଏହାସହ ତାଙ୍କ ଘର ଯାଜପୁର ଅଞ୍ଚଳର । ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ ।

ସେ ୫ ବର୍ଷ ହେବ ଏହି ମଣ୍ଡପରେ କାମ କରିଆସୁଥିଲେ । ତେବେ ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନି । ଇନଫୋସିଟି ଥାନା ପୋଲିସ ଏହାର ତଦନ୍ତ କରୁଛି ।