
ଆବଶ୍ୟକ ସାମଗ୍ରୀ-
କାକୁଡି, ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ପିଆଜ, ରସୁଣ, ଅଦା, ଟମାଟୋ, ବେସନ, ଚାଉଳ ଚୂନା, ଭ୍ରୁସଙ୍ଗ ପତ୍ର, କଂଚା ଲଙ୍କା, ଟମାଟୋ ସସ, ଚିଲ୍ଲୀ ସସ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା କାକୁଡିର ଚୋପା ଛଡେଇ ଛୋଟ ଛୋଟ ଖଣ୍ଡ କରି କାଟି ରଖିବେ । ତାପରେ ଆଉ ଏକ ପାତ୍ରରେ ଚାଉଳ ଚୂନା, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ବେସନ ଏବଂ ଅଳ୍ପ ପାଣି ପକାଇ ବହଳିଆ କରି ଗୋଳାଇବେ । ତାପରେ ସେହି ମିଶ୍ରଣରେ କଟା କାକୁଡିକୁ ପକାଇ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ, ସେଥିରେ କାକୁଡିକୁ ପକାଇ ଫ୍ରାଏ କରି ଏକ ପ୍ଲେଟକୁ କାଢିବେ । ତାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ବଡବଡ କଟା ହୋଇଥିବା ପିଆଜ, କଟା ରସୁଣ, କଟା ଅଦା , କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ପକାଇ ଭାଜିବେ । ତାପରେ ସେଥିରେ କଟା ଟମାଟୋ, ଜିରା ପାଉଡର, ଧନିଆ ପାଉଡର, ଅଳ୍ପ ହଳଦୀ ପାଉଡର ପକାଇ ମିକ୍ସ କରିବେ । ଆବଶ୍ୟକ ପଡିଲେ ଅଳ୍ପ ପାଣି ପକାଇବେ । ତାପରେ ସେଥିରେ ଭାଜି ରଖିଥିବା କାକୁଡି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଟମାଟୋ ସସ, ଚିଲ୍ଲୀ ସସ୍ ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା କାକୁଡି ରସା । ଏବେ ଏହାର ମଜା ନେଇ ପାରିବେ ।


