
୧୮/୦୯/୨୧ (ଜିଲ୍ଲା ଖବର) : ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ। ମିଳିଲା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନାଗଣ ଗ୍ରାମରେ। ଏହି ଗ୍ରାମର ଦୁଇ ଭାଇ ସତ୍ୟଜିତ ଏବଂ ଶୁଭଜିତ ଲୁଣା ନଦୀରେ ଗାଧୋଇବାକୁ ଯାଇଥିଲେ ।ଅସାବଧାନତା ହେତୁ ପାଣିରେ ବୁଡିଯାଇଥିଲେ ।
ଉଭୟଙ୍କୁ ଉଦ୍ଧାର କରି କଣାସ ମେଡିକାଲ ଏବଂ ପରେ ଭୁବନେଶ୍ୱର ଶିଶୁ ଭବନକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଷ ଦେଖା ଦେଇଛି।



