Thursday, November 12, 2026
Home ଆଞ୍ଚଳିକ କମ୍ ବୟସରେ ପାଚୁଥିଲେ, ଏଥିରୁ ରକ୍ଷା କରେ ଏହି ଘରୋଇ ଉପଚାର

କମ୍ ବୟସରେ ପାଚୁଥିଲେ, ଏଥିରୁ ରକ୍ଷା କରେ ଏହି ଘରୋଇ ଉପଚାର

6

୧୮/୦୯/୨୧ (ଜିଲ୍ଲା ଖବର) : ଆଜିକାଲି ଅନେକ ଲୋକ କମ୍ ବୟସରେ କେଶ ପାଚିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି । ଖାସକରି ଏହାକୁ ନେଇ ଚିନ୍ତାରେ ପଡୁଛନ୍ତି ଯୁବପୀଢି  । ଏଥିରୁ ରକ୍ଷା ପାଇବା ପାଇଁ , କିଏ କେତେ କ’ଣ ଉପାୟ ଆପଣାଉଛନ୍ତି । ତେବେ ଏହି ସମସ୍ୟାକୁ କମ୍ କରିବା ପାଇଁ କିଛି ଘରୋଇ  ଉପଚାର ରହିଛି , ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

-କେଶ ପାଇଁ ଅଁଳା ବହୁତ୍ ଉପକାରୀ । ତେଣୁ ନଡିଆ ତେଲରେ ଅଳ୍ପ ଅଁଳା ଖଣ୍ଡ ପକାଇ ଫୁଟାଇ, ସେହି ତେଲକୁ ଥଣ୍ଡା କରି ପ୍ରତିଦିନ କେଶରେ ଲଗାଇବେ । ଏହା  ଲଗାଇବା ଦ୍ବାରା, କେଶ ଧଳା ହେବା ସମସ୍ୟା କମ୍ ହୋଇଥାଏ ।

-ନଡିଆ ତେଲରେ, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହା ଥଣ୍ଡା ହେବା ପରେ, ତାକୁ ରାତିରେ କେଶରେ ଲଗାଇ ମସାଜ୍ କରି ଶୋଇବେ । ସକାଳେ କେଶକୁ  ଧୋଇବେ । ଏପରି କରିବା ଦ୍ବାରା ଏହି ସମସ୍ୟା କମ୍ ହୋଇଥାଏ ।

-ଆଲମଣ୍ଡ ତେଲରେ ଲେମ୍ବୁ ରସ ମିଶାଇ, କେଶରେ ଲଗାଇବା ଦ୍ବାରା, କେଶ ଧଳା ହେବା ସମସ୍ୟା କମ୍ ହେବା ସହିତ, କେଶରେ ଚମକ ଆସେ ।