Wednesday, October 14, 2026
Home ଅପରାଧ ସୁରଜ ପାଞ୍ଚୋଲିଙ୍କୁ ମିଳିଲା ଆଶ୍ୱସ୍ତି

ସୁରଜ ପାଞ୍ଚୋଲିଙ୍କୁ ମିଳିଲା ଆଶ୍ୱସ୍ତି

6

ମୁମ୍ବାଇ,୧୮/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୁରଜ୍ ପାଞ୍ଚୋଲିଙ୍କୁ  ସ୍ବତନ୍ତ୍ର ସିବିଆଇ କୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ଜିୟା ଖାନଙ୍କ ଆତ୍ମହତ୍ୟା ମାମଲାରେ ଅଧିକ ତଦନ୍ତ ପାଇଁ  ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ । ଜିଆଙ୍କ ମା’ ଏବଂ ସିବିଆଇ ଦ୍ୱାରା ଦାଖଲ କରାଯାଇଥିଲା ଏହି ଆବେଦନ । ଯାହା କୋର୍ଟ ଦ୍ବାରା, ଅନୁମୋଦନ ହୋଇନାହିଁ । ଜିଆଙ୍କ ପରିବାର ସୁରଜ ପାଞ୍ଚୋଲିଙ୍କ ଉପରେ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ:  ସେହି ଓଢଣୀକୁ ଚଣ୍ଡିଗଡ଼ର ଫରେନସିକ୍ ଲ୍ୟାବକୁ ପଠାଇବାକୁ ଅନୁମତି ମାଗିଥିଲେ ସିବିଆଇ ଟିମ୍ । ଯେଉଁଥିରେ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ । କେବଳ ଏତିକି ନୁହେଁ , ଏହା ସହିତ ସିବିଆଇ ଜବତ ହୋଇଥିବା ଅଭିନେତ୍ରୀଙ୍କ ଫୋନକୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ପଠାଇବାକୁ ଚାହୁଁଥିଲା, ଯାହା ଦ୍ୱାରା ଜିୟା ଏବଂ ସୁରଜଙ୍କ ମଧ୍ୟରେ ଡିଲିଟ୍ ହୋଇଥିବା ଚାଟ୍ ଚିହ୍ନଟ ହୋଇପାରିବ ।

ଅନ୍ୟପଟେ, ସୁରଜ ପାଞ୍ଚୋଲିଙ୍କ ଓକିଲ ପ୍ରଶାନ୍ତ ପାଟିଲ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଆପତ୍ତି ଜଣାଇ କହିଛନ୍ତି ଯେ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ସାରିଛନ୍ତି । ଏହା ସହିତ ଉଭୟ ପକ୍ଷର, ଯୁକ୍ତିକୁ ବିଚାର କରି ସ୍ୱତନ୍ତ୍ର କୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ।