
ସମ୍ୱଲପୁର,୧୮/୦୯/୨୧ (ଜିଲ୍ଲା ଖବର) : ଉପର ମୁଣ୍ଡରେ କମୁଛି ବନ୍ୟାଜଳ। ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ସହ ଜଳସ୍ତର ମଧ୍ୟ ହ୍ରାସ ପାଉଛି । ପୂର୍ବରୁ ୨୮ଟି ଗେଟ୍ ଯୋଗେ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ବିଭିନ୍ନ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ଥିବାରୁ ତଳିଆ ଅଂଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ରାଜ୍ୟରେ ଲଗାତାର ତିନି ଦିନ ଧରି ଲଗାଣ ବର୍ଷା ହୋଇଥିଲା।


