Monday, October 12, 2026
Home ଅପରାଧ ପୁଣି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ

ପୁଣି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ

17

୧୮/୦୯/୨୧ (ଜିଲ୍ଲା ଖବର) : ରାଉରକେଲା ବିମାନ ବନ୍ଦର ଭିତରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନାନୁସାରେ, ମହିଳା ଜଣଙ୍କ ବିଶ୍ରାମ କକ୍ଷରେ ବିଶ୍ରାମ ନେଉଥିବା ବେଳେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଉଦ୍ୟମ କଲେ ବିମାନ ବନ୍ଦରର ଜଣେ କାର୍ଯ୍ୟରତ କର୍ମଚାରୀ ସୁମନ୍ତ ନନ୍ଦ ବୋଲି ଜଣାପଡିଛି ।

ଏନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ଆଣିଲେ ଆଦିବାସୀ ମହିଳା । ସୁମନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିବାବେଳେ ମହିଳା କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।