Sunday, October 11, 2026
Home ଆଞ୍ଚଳିକ ପୁରୀବାସୀଙ୍କ ଜଗା ଦର୍ଶନ ପାଇଁ କଟକଣା କୋହଳ କରିବାକୁ ଜୋର ଧରିଲା ଦାବି

ପୁରୀବାସୀଙ୍କ ଜଗା ଦର୍ଶନ ପାଇଁ କଟକଣା କୋହଳ କରିବାକୁ ଜୋର ଧରିଲା ଦାବି

12

ପୁରୀ, ୧୮/୦୯/୨୧ (ଜିଲ୍ଲା ଖବର) : ପୁରୀବାସୀଙ୍କ ଜଗା ଦର୍ଶନ ପାଇଁ କଟକଣା କୋହଳ କରିବାକୁ ଜୋର ଧରିଲା ଦାବି। RTPCR ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିବା ବେଳେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦାବିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେବଳ ମହାପ୍ରସାଦ କ୍ରୟ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଉତ୍ତର ଦ୍ୱାର ପଟେ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦେବାକୁ ସେନା ପକ୍ଷରୁ ଦାବି ହୋଇଛି । ଭକ୍ତମାନେ ମଧ୍ୟ ଏହି ଦାବିକୁ ସମର୍ଥନ ଜଣାଇବା ସହ ପ୍ରଶାସନ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ଏନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।