ପୁଣି ଦନ୍ତା ନେଲା ଜୀବନ

2

ଢ଼େଙ୍କାନାଳ,୧୮/୦୯/୨୧ (ଜିଲ୍ଲା ଖବର) :  ପୁଣି ଦନ୍ତା ନେଲା ଜୀବନ। ଦନ୍ତାହାତି ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ମହାବିରରୋଡ ରେଞ୍ଜ ଖଣ୍ଡୁଆଳମୁଣ୍ଡା ଗ୍ରାମର ଉପେନ୍ଦ୍ର ଅମାନ୍ତ । ଗତକାଲି ଉପେନ୍ଦ୍ର  ସଂଧ୍ୟାରେ ଧାନ ଚାଷ କରିଥିବା ବିଲକୁ ଯାଇଥିବା ବେଳେ ଆଉ ଫେରିନଥିଲେ। ଆଜି ସକାଳୁ ବିଲରେ ତାଙ୍କର ମୃତଦହ ପଡିଥିବାର ଦେଖିବାକୁ ମିଳିଥିଲା। ବର୍ଷ ତମାମ ହାତି ମାନଙ୍କ ଉପଦ୍ରବ ଏହି ଅଞ୍ଚଳରେ ଲାଗି ରହିଥିବା ବେଳେ ଚାଷର ସମୟ ଆସିଲେ ହାତି ମାନଙ୍କ ଉପଦ୍ରବ ବଢିଯାଇଥାଏ।

ଫଳରେ ହାତି ଆକ୍ରମଣ ବା ଉପଦ୍ରବ ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଏହି ଅଞ୍ଚଳରେ ଶତାଧିକ ହାତି ସର୍ବଦା ରହିଥିବାର ବନବିଭାଗ ତରଫରୁ ମଧ୍ୟ ସୂଚନା ରହିଛି । ବାରମ୍ବାର ହାତି ମାନଙ୍କ ଉପଦ୍ରବ ଲାଗି ରହିଥିବାରୁ ଘର ଭାଙ୍ଗିବା ସହିତ ଚାଷ ଜମି ମଧ୍ୟ ନଷ୍ଟ ହେଉଛି । ଯାହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ହାତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇିଁ ଦାବି ହେଉଥିଲେ ମଧ୍ୟ ବନବିଭାଗ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି ।