ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

6

କଳାହାଣ୍ଡି, ୧୮/୦୯/୨୧ (ଜିଲ୍ଲା ଖବର) : କଳାହାଣ୍ଡି ଜୟପାଟଣା ଥାନା କୁଟୁରୁ ଫାଣ୍ଡି ଭଇରି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ ଖୁଣ୍ଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତ୍ୟୁ ବ୍ୟକ୍ତି ଗଜରାଜ ନାଏକ ବୋଲି ଜଣାପଡ଼ିଛି।

 ତିନି ଦିନ ଧରି ମାନସିକ ବିକାର ଗ୍ରସ୍ତ ଅବସ୍ଥାରେ ଥିବା ବେଳେ  ଗତ କାଲି ରାତିରେ ଉଲଗ୍ନ ଅବସ୍ଥାରେ ଭଇରି ଗାଁରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରୁ ମୃତ୍ୟୁ ଦେହ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।