
କନ୍ଧମାଳ, ୭/୧୧ (ସୁରେଶ କୁମାର ପଣ୍ଡା) ; କେନ୍ଦ୍ରାପଡା ଓଟିଭି କାର୍ଯ୍ୟରତ ସାମ୍ବାଦିକ ମନୋଜ ସ୍ବାଇଁକୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର କରିବା ଘଟଣାକୁ ବାଲିଗୁଡା ସାମ୍ବାଦିକ ସଙ୍ଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ଏ ନେଇ ସଂଘ ସଦସ୍ୟ ବାଲିଗୁଡା ଗାନ୍ଧୀ ଛକରେ ସାଂସଦଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହା ପରେ ଏକ ରାଳିରେ ଯାଇ ସଂଘ ତରଫରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ଏଭଳି ଆଚରଣକୁ ସଙ୍ଘ ସଦସ୍ୟ ବିରୋଧ କରିଛନ୍ତି ।



