Tuesday, October 13, 2026
Home ଆଞ୍ଚଳିକ ଶୋଚନୀୟ ଅବସ୍ଥାରେ ତେଲେଙ୍ଗା ସାରତେଲି ରାସ୍ତା

ଶୋଚନୀୟ ଅବସ୍ଥାରେ ତେଲେଙ୍ଗା ସାରତେଲି ରାସ୍ତା

22

ବିଷମକଟକ ୧୭-୯(ଜିଲ୍ଲା ଖବର)
ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ ଚାଞ୍ଚଡାଗୁଡା ପଞ୍ଚାୟତର ତେଲେଙ୍ଗା ସାରତେଲି ରାସ୍ତା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ।ଏହି ଗ୍ରାମରେ ଯେ କୈଣସି ବ୍ୟକ୍ତି ଙ୍କୁ ଜୋର କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ମେଡିକାଲ ନେବାପାଇଁ କୈଣସି ଆମ୍ବୁଲାନ୍ସ ମଧ୍ୟ ଆସି ପାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ରେ ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଗ୍ରାମରେ ପ୍ରାୟ ,୭୦ ଜଣ ପରିବାର ବସବାସ କରନ୍ତି। ଏହି ରାସ୍ତା ରେ ଦୁଇ ଚକିଆ ଯାନ ଜିବାତ ଦୁରର କଥା ପାଦ ଚଲା ପାଇଁ ମଧ୍ୟ ଚାଲିବା ସମ୍ଭବ ନୁହେଁ। ଏହି ତେଲେଙ୍ଗା ସାରତେଲି ଗ୍ରାମ ପାଶ୍ୱର୍ରେ କ୍ରସର ଥିବାରୁ କ୍ରସରର ବଡ ବଡ ଟିପ୍ପର ଗାଡି ଦିନକୁ ଦଶ ବାର ଥର ଯାତାୟତ କରିବା ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମୁରୁମ୍ ଗୁଣ୍ଡ ପକାଇ ବା ପାଇଁ ବାରମ୍ବାର କ୍ରସର ମାଲିକଙ୍କୁ କହିବା ସତ୍ତ୍ୱେ ମଧ୍ୟ ତାଙ୍କ କଥାକୁ ଶୁଣୁ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ସମ୍ପର୍କରେ ବିଷମକଟକ ବିଡ଼ିଓ ଆଲବଟ୍ ଲାକ୍ରା ଙ୍କୁ ମଧ୍ୟ ଗ୍ରାମବାସୀ ମାନେ ଜଣାଇଥିଲେ ମଧ୍ୟ କୈଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ସମ୍ପର୍କରେ ଆମେ ବିଷମକଟକ ବିଡ଼ିଓ ଆଲବଟ୍ ଲାକ୍ରା ଙ୍କୁ ଆମେ ଯୋଗାଯୋଗ କରିବାରୁ ତାଙ୍କର କୈଣସି ପ୍ରତିକ୍ରିୟା ମିଳି ପାରିଲା ନାହିଁ।
ରିପୋର୍ଟ : ପ୍ରସନ୍ନ ପଣ୍ଡା