
ବାଲିଗୁଡା,୧୭/୯- ( ଜିଲ୍ଲା ଖବର )
ଓଡ଼ଗାଁ ଗୋଡିସାହି ନିବାସୀ ବାଲିଗୁଡ଼ାର ଜଣାଶୁଣା ଅବସରପ୍ରାପ୍ତ ବନପାଳ ବାସୁଦେବ ଆଚାର୍ଯ୍ୟଙ୍କ ପତ୍ନୀ ଧର୍ମ ପ୍ରାଣା ମହିଳା ସୁବାସିନୀ ଆଚାର୍ଯ୍ୟଙ୍କ ଆଜି ଭୁବନେଶ୍ୱର ଡୁମୁଡୁମା ରେ ଅବସ୍ଥିତ ମଧ୍ୟମ ପୁତ୍ର ବିମଳର ବାସଭବନରେ ହୃଦଘାତରେ ପରଲୋକ ହୋଇଛି।ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା। ଓଡ଼ଗାଁ ରଘୁନାଥ କ୍ଷେତ୍ରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ମୁଖାଗ୍ନି ଦେଇଥିଲେ ଜ୍ୟେଷ୍ଠ ପୁତ୍ର ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ବିଶ୍ଵେଶ୍ଵର ଆଚାର୍ଯ୍ୟ। ବୈକୁଣ୍ଠନାଥ ବିନୋଦ ବିଭୂତିଭୂଷଣ ବିରଞ୍ଚିନାରାୟଣ ବିପିନ ବିଭୁଧେନ୍ଦ୍ର ବିକାଶ ବ୍ରଜସୁନ୍ଦର ଉମାଶଙ୍କର ତ୍ରିପାଠୀ ସୁରେନ୍ଦ୍ର ମିଶ୍ର ଗଙ୍ଗାଧର ଦାଶ ଆତ୍ମିୟସ୍ଵଜନ ଜ୍ଞାତି କୁଟୁମ୍ବ ଶୁଭେଚ୍ଛୁ ଏହି ଅହିଅସୁଲକ୍ଷଣୀଙ୍କ କାର୍ଯ୍ୟରେ କୋଭିଡ୍ ନିୟମାନୁସାରେ ଯୋଗ ଦେଇଥିଲେ।
ରିପୋର୍ଟ : ସୁକାନ୍ତ ତ୍ରିପାଠୀ



