Thursday, November 12, 2026
Home ଆଞ୍ଚଳିକ ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାର୍କ ନିର୍ମାଣ କରିବା ପାଇଁ ଦାବି

ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାର୍କ ନିର୍ମାଣ କରିବା ପାଇଁ ଦାବି

47

ବିଷମକଟକ-୧୭-୯ (ଜିଲ୍ଲା ଖବର)
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମର ନିୟମଗିରି ପାହାଡ ପାଦ ଦେଶରେ ଥିବା ପାତାଳେଶ୍ୱର ମନ୍ଦିର ରେ ଉନ୍ନତି ହେବା ପର୍ଯ୍ୟଟକଙ୍କ ପାଇଁ ସାତ ସପନ ପାଲଟିଛି।ନିୟମଗିରି ପାହାଡ ର ପାଦ ଦେଶରେ ରହିଥିବା ଦର୍ଶନୀୟ ସ୍ଥାନ ପାତାଳେଶ୍ୱର ମନ୍ଦିର ଏବେ ଅବହେଳିତ ଅବସ୍ଥାରେ। ଏଠାରେ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ର ପର୍ଯ୍ୟଟକଙ୍କ ଭିଡ଼ ବହୁ ସମୟରେ ପରିଲକ୍ଷିତ ହୋଇଥାଏ। ଏହିସ୍ଥାନ ରେ ଦେବ ଦେବ ମହାଦେବ ପାତାଳେଶ୍ୱର ହଜାର ହଜାର ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି, ଏହି ମନ୍ଦିର ବହୁ ପୁରାତନ କାଳରୁ ନିର୍ମାଣ ହୋଇଥିବା ଇତିହାସ କହେ ।କିନ୍ତୁ ଦୁର୍ଭାଗ୍ୟର କଥା ଜିଲ୍ଲାର ଏହା ଏକ ପ୍ରମୁଖ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି।ଏହି ପାତାଳେଶ୍ୱର ଶିବ ମନ୍ଦିର ରେ ବାର ମାସ ରେ ତେର ଯାତ ଅନୁଷ୍ଠିତ ହୋଇଥାଏ, ଇଁରାଜୀ ନବବର୍ଷ କଥା କୁହନ୍ତୁ ଅବା ଶ୍ରାବଣ ସୋମବାର ହେଉ କି କାର୍ତ୍ତିକ ମାସର ସୋମବାର ହେଉ ଏମିତି ବର୍ଷ କ ବାର ମାସ ଏହି ସ୍ଥାନ ରେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଆନ୍ତି ,ଏହି ସ୍ଥଳ କୁ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ ଏବଂ ଓଡିଶା ର ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକ ପିକନିକ କରିବା ପାଇଁ ଛୁଟି ଆସିଥାନ୍ତି।ଏହି ସ୍ଥାନକୁ ପ୍ରକୃତିର ଉପହାର କହିଲେ କିଛି ଭୁଲ ହେବ ନାହିଁ।ତତ୍କାଳୀନ ରାୟଗଡା ଜିଲ୍ଲା ଡି ଆର ଡି ଏ ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ଏହି ସ୍ଥାନ ରେ ଏକ ପାର୍କ ନିର୍ମାଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ,କିନ୍ତୁ ତାହା ଆଜି ଯାଏଁ ପୂରଣ ହୋଇ ପାରିଲା ନାହିଁ।ସେହି ପରି ପର୍ଯ୍ୟଟକ ଙ୍କ ରାତ୍ରି ରହଣି ନିମନ୍ତେ ପାନ୍ଥ ନିବାସ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।ତେଣୁକରି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ନିୟମଗିରି ପାହାଡ ପାଦ ଦେଶରେ ଥିବା ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ଏକ ପାର୍କ ନିର୍ମାଣ କରିବା ସହିତ ପର୍ଯ୍ୟଟକ ଙ୍କ ରାତ୍ରି ରହଣି ନିମନ୍ତେ ପାନ୍ଥ ନିବାସ ନିର୍ମାଣ କରିବା ସହ ଶୌଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଆଗାମୀ ପଚାୟତ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ କରାନଗଲେ ବ୍କକ ଅଫିସ୍ ଘରେଉ କରିବେ ବୋଲି ଚାଟିକଣା ଗ୍ରାମ ବାସୀ ରାଧେଶାମ ହିଆଲ ପ୍ରକାଶ କରିଛନ୍ତି। ଏହି ଚାଟିକଣା ଲୋକଙ୍କ ଦାବି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେବେ ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ରିପୋର୍ଟ: ପ୍ରସନ୍ନ ପଣ୍ଡା