
ବାଲିଗୁଡା,୧୭/୯(ଜିଲ୍ଲା ଖବର )
ଓଡିଶା ମୋଟର ଚାଳକ ସଙ୍ଘ ବାଲିଗୁଡା ଶାଖା ପକ୍ଷରୁ ସେପ୍ଟେମ୍ବର 17 ତାରିଖ ଦିନ ନୁଆସାହି ଛକ ଠାରେ ଚାଳକ ଦିବସ ପାଳନ କରାଯାଇଛି | ଏହି କାର୍ଯ୍ୟ ରେ ସମସ୍ତ ଡ୍ରାଇଭର କର୍ମୀ ଯୋଗଦାନ କରିଥିଲେ | ସାରା ଓଡିଶା ରେ ଆଜିର ଏହି ଦିନଟିକୁ ଚାଳକ ଦିବସ ପାଳନ କରୁଛନ୍ତି | ବାଲିଗୁଡା ଶାଖାର ମନୋଜ ଦିଗାଳ ଙ୍କ ନେତୃତ୍ୱରେ ବାଲିଗୁଡା ର ଗାଡି ଚାଳକ ମାନଙ୍କୁ ସଚେତନତାକରାଇ ଗାଡି ଚାଳକ ମାନଙ୍କୁ ମଦ୍ଯ ପାନ ରୁ ନିବୃତ ରହିବାକୁ କୁହାଯାଇଛି । ।ଗାଡି ଚଲେଇଲାବେଳେ ମୋବାଇଲ ଫୋନ୍ ବ୍ଯବହାର ନ କରିବା ,ଦୃତଗତିରେ ଗାଡି ନ ଚଲେଇବାକୁ ଚାଳକ ମାନଙ୍କୁ କୁହାଯାଇଛି ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ


