Sunday, November 15, 2026
Home ଆଞ୍ଚଳିକ ସାମ୍ବାଦିକତା ତାଲିମ ରେ ସବୁବର୍ଗ ଙ୍କୁ ସାମିଲ କରାଯାଉ

ସାମ୍ବାଦିକତା ତାଲିମ ରେ ସବୁବର୍ଗ ଙ୍କୁ ସାମିଲ କରାଯାଉ

60

ରାୟଗଡ,୧୭/୯(ଜିଲ୍ଲା ଖବର) :
ପ୍ରେସୟୁନିୟନ ରାୟଗଡ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲା ପାଳଙ୍କୁ ପ୍ରଦାନ କରାଯାଇଛି । ଦାବି ମୁତାବକ ଜିଲ୍ଲା ପ୍ରଶାସନ ଦ୍ବାରା ସାମ୍ବାଦିକ ତାଲିମ ନିମନ୍ତେ ଜାରି ହୋଇଥିବା ଚିଠି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ମାତ୍ର ଏକ ନିର୍ଦ୍ଦିଷ୍ଟ ବର୍ଗ (ଏ.ସ.ଟି.) ର ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏଥିରେ ସାମିଲ କରାଯାଇଛି ।ତ୍ରୃଣ ମୁଳ ସ୍ତରରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ସମସ୍ତ ଖବର ପ୍ରସାରଣ କ୍ଷେତ୍ରରେ ଜିଲ୍ଲା ର ସବୁ ବର୍ଗର ଗଣମାଧ୍ୟମ ପ୍ରତିନିଧି ଙ୍କ ଗୁରୁତ୍ଵ ପୁର୍ଣ୍ଣ ଭୁମିକା ରହିଛି। ତେବେ ସମସ୍ତ ବର୍ଗର ସାମ୍ବାଦିକ ମାନଙ୍କୁ ଏହି ତାଲିମ ରେ ସାମିଲ କରାଗଲେ ଉତ୍ତମ ସମ୍ବାଦ ପ୍ରକାଶ କରିବାରେ ସହାୟକ ହେବ। ଯାହାକି ସମାଜର ଉନ୍ନତି ସହିତ ପ୍ରଶାସନ ଓ ସରକାର ଙ୍କ ପାଖରେ ସଠିକ୍ ଖବର ପହଞ୍ଚି ପାରିବ ବୋଲି ୟୁନିୟନର ସମ୍ପାଦକ ଶ୍ରୀ ଶୀବାଜି ଦାସ ପ୍ରକାଶ କରିଛନ୍ତି । ଏହି ତାଲିମ ରେ ଏ.ସ.ଟି. ବର୍ଗ ସହିତ ଏ.ସ.ସି ,ଓ.ବି.ସି,ମାଇନରିଟି ଓ ସାଧାରଣ ବର୍ଗ ର ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାମିଲ କରିବାକୁ ଦାବି କରିଛି ସଂଘ । ଆଜି ପ୍ରେସ ୟୁନିୟନର କାର୍ଯ୍ୟକାରି ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସ ଙ୍କ ନେତ୍ରୁତ୍ଵ ରେ ସଙ୍ଘ ର ସଭ୍ୟ ମାନେ ଉକ୍ତ ଦାବି ପତ୍ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିଥିଲେ । ସମସ୍ତ ବର୍ଗର ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାମିଲ କରିବାକୁ ସଙ୍ଘର କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ଦୋରା ଜିଲ୍ଲା ପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ୟୁନିୟନର ସଭ୍ୟ ଆଇ ସର୍ବେଶ୍ଵର ରାଓ, ପରମାନନ୍ଦ ପ୍ରଧାନ,ରାଜିବ ଲୋଚନ ପଣ୍ଡା, ସନ୍ତୋଷ ପାଢ଼ୀ, ଗଣେଶ ସାହୁ ପ୍ରମୁଖ ଜିଲ୍ଲା ପ୍ରଶାସନ ଏହି ତାଲିମ ନିମନ୍ତେ ଜାରି ଚିଠି ଉପରେ ପୁନଶ୍ଚ ବିଚାର କରିବାକୁ ମତାମତ ଦେଇଛନ୍ତି।