
୧୭/୯, ଗଞ୍ଜାମ,(ଜ଼ୀଲ୍ଲା ଖବର):
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର +3 ଶେଷ ବର୍ଷର ପରୀକ୍ଷା ଫଳ ଗତ 14/09/2021ରେ ପ୍ରକାଶିତ ହୋଇଯାଇଛି । ଏଥିରେ ଗୁଣପୁର ମହାବିଦ୍ୟାଳୟର ଇଂରାଜୀ ବିଭାଗର ଛାତ୍ର ଆଶିଷ ରଞ୍ଜନ କର ଇଂରାଜୀ ସମ୍ମାନରେ ସର୍ବମୋଟ୍ 1135 ନମ୍ବର ରଖି ବିଶ୍ବବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଭାଗର ଛାତ୍ର ସନ୍ତୋଷ ଗଙ୍ଗାଧର 1060 ନମ୍ବର ରଖି ପଞ୍ଚମ ସ୍ଥାନରେ ରହିଥିବାବେଳେ ସନ୍ତୋଷ ଶବର 1058 ନମ୍ବର ରଖି ଷଷ୍ଠ ସ୍ଥାନ ଏବଂ ଛାତ୍ରୀ ଦେବଶ୍ରୀ ଖାଡ଼ଙ୍ଗା 1044 ନମ୍ବର ରଖି ନବମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପଦାର୍ଥ ବିଜ୍ଞାନ ବିଭାଗର ସଲିନା ପତିତ 1284 ନମ୍ବର ରଖି ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ତପ୍ତୀରାଣୀ ପଣ୍ଡା 1282 ନମ୍ବର ରଖି ନବମ ସ୍ଥାନ ଅଧିକାର କରିଛନ୍ତି । ଏହା ସହିତ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ମଧ୍ୟ ଉତ୍କୃଷ୍ଟ ଧରଣର ହୋଇଅଛି । ଛାତ୍ରଛାତ୍ରୀମାନଙ୍କର କୃତିତ୍ବ ମହାବିଦ୍ୟାଳୟ ପାଇଁ ଗୌରବ ସୃଷ୍ଟି କରିଛି । ସେଥିପାଇଁ ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ସହିତ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟିଛି । ଛାତ୍ରଛାତ୍ରୀମାନେ ନିଜର ସଫଳତାର ଶ୍ରେୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ତଥା ସେମାନଙ୍କର ମାତାପିତାମାନଙ୍କୁ ଦେଇଛନ୍ତି ।ରିପୋର୍ଟ :ରାମନାଥ ମହାନ୍ତି


