Sunday, November 15, 2026
Home ଆଞ୍ଚଳିକ ମୋଦିଙ୍କ ଜନ୍ମଦିନରେ ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା

ମୋଦିଙ୍କ ଜନ୍ମଦିନରେ ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା

23

୧୭/୦୯/୨୧ (ଜିଲ୍ଲା ଖବର) : ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା-RKVY ।  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମିଶନ ଅଧୀନରେ , ସାରା ଦେଶରେ ୭୫ଟି ସ୍ଥାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ RKVYକୁ ଭରଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି । RKVY ଅଧୀନରେ ବିଭିନ୍ନ ଜୋନାଲ ରେଲଓ୍ବେ ଏବଂ ପ୍ରଡକ୍ସନ ୟୁନିଟରେ ଆଗାମୀ ୩ ବର୍ଷରେ ଦଶମ ପାସ କରିଥିବା ୫୦ ହଜାର ଆଗ୍ରହୀ  ଯୁବପୀଢିଙ୍କୁ ଲେକ୍ଟ୍ରିସିଆନ, ଓ୍ବେଲଡର, ମେକାନିଷ୍ଟ ଏବଂ ଫିଲ୍ଟର ଭଳି ୪ଟି ଟ୍ରେଡରେ,  ସମ୍ପୂର୍ଣ୍ଣ ମାଗଣାରେ ଦକ୍ଷତା ପ୍ରଶିକ୍ଷଣ  ଯୋଗାଇ ଦିଆଯିବ । ଏହି କୋର୍ସର ଅବଧି ୩ ସପ୍ତାହ  । ପୂର୍ବତଟ ରେଳପଥ ୪ଟି ସ୍ଥାନରେ ଇଲେକ୍ଟ୍ରିସିଆନ,ଫିଲ୍ଟର ଏବଂ ଓ୍ବେଲଡିଂ ଭଳି ୩ଟି ଟ୍ରେଡରେ ପ୍ରଶିକ୍ଷଣ ଦେବାକୁ ଆହ୍ବାନ କରିଛି ।

ଓଡିଶାରେ ଭୁବନେଶ୍ବରର ମଞ୍ଚେଶ୍ବର କ୍ୟାରେଜ୍ ଆଣ୍ଡ ରିପେୟାର ଓ୍ବାର୍କସପ୍ ଏବଂ ଅନୁଗୁଳ ଇଲେକ୍ଟ୍ରିକାଲ ଲୋକୋ ଶେଡରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ୧୩୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଦ୍ବାରା,  ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ । ରେଳମନ୍ତ୍ରୀ କହିଛନ୍ତି, ଆଜି ବିଶ୍ବକର୍ମା ପୂଜା । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କୁ ଭେଟ୍ଟି ।