
ନୂଆଦିଲ୍ଲୀ, ୧୭/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କୁ କିଏବା ନଜାଣେ । ନିଜର ଅଭିନୟକୁ ନେଇ ସେ ବେଶ ପରିଚିତ । ଯେତେବେଳେ ହେମା ମାଳିନୀ ନୂଆନୂଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲେ, ସେତେବେଳେ ପ୍ରଥମେ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏକ ଆପାର୍ଟମେଣ୍ଟକୁ ସିଫ୍ଟ ହୋଇଥିଲେ । ଯାହାକି ବହୁତ୍ ଛୋଟ ଥିଲା । ସେଠାରେ ସେ ତାଙ୍କ ପିତା-ମାତାଙ୍କ ସହ ରହୁଥିଲେ । ଏହାପରେ ସେ ଘର ବଦଳାଇବାର ନିଷ୍ପତି ନେଇଥିଲେ ଏବଂ ଜୁହୁ ସ୍ଥିତ ଏକ ବଙ୍ଗଳାକୁ ସେ ସିଫ୍ଟ ହୋଇଥିଲେ ।
ଏକ ସାକ୍ଷାତକାରରେ ହେମା ମାଳିନୀ କହିଥିଲେ ଯେ, ‘ ଯେତେବେଳେ ସେ ରାତିରେ ସୁଟରୁ ଆସୁଥିଲେ, ମା’ଙ୍କ ପାଖରେ ଶୋଇ ପଡୁଥିଲେ । ହେଲେ ରାତିରେ ତାଙ୍କୁ ଏମିତି ଅନୁଭବ ହେଉଥିଲା ଯେ, ଯେମିତିକି କିଏ ତାଙ୍କୁ ତଣ୍ଟି ଚିପି ଦେଉଛି । ଏହା ଦିନେ କି ଦୁଇ ଦିନ ନୁହେଁ, ବରଂ ଏମିତି ପ୍ରତିଦିନ ତାଙ୍କ ସହିତ ହେଉଥିଲା । ହେମାଙ୍କୁ ଏମିତି ଦେଖିବା ପରେ ତାଙ୍କ ମା’ ମଧ୍ୟ ଏସବୁକୁ ନୋଟିସ୍ କରିଥିଲେ ।
ରାତିରେ ଶୋଇବା ସମୟରେ ତାଙ୍କ ମା’ଙ୍କ ସହିତ ମଧ୍ୟ ଏମିତି କିଛି ଅନୁଭବ ହେଉଥିଲା । ଏହାପରେ ତାଙ୍କ ମା’ଙ୍କୁ ଜାଣିବାକୁ ବେଶି ସମୟ ଲାଗି ନଥିଲା ଯେ, ସେମାନେ ଯେଉଁ ଘରେ ରହୁଛନ୍ତି ତାହା ଏକ ହଣ୍ଟେଡ୍ ହାଉସ୍ ବୋଲି ।
ଏହି ଘଟଣା ପରେ, ହେମା ମାଳିନୀ ସେ ଘର ଛାଡି ଦେଇଥିଲେ ଏବଂ ନିଜର ଏକ ଆପାର୍ଟମେଣ୍ଟ କିଣିଥିଲେ । ହେଲେ ଆଜିବି ସେ ଏହି ଘଟଣାକୁ ଭୂଲି ପାରି ନାହାଁନ୍ତି ।





