‘ଚାଷୀଙ୍କୁ ଏପରି ବ୍ୟବହାର ଦୁର୍ଭାଗ୍ୟଜନକ, ଜିଲ୍ଲାପାଳଙ୍କଠୁ ଏହା ଆଶା କରାଯାଏନି’

5

ଜଗତସିଂହପୁର,୧୭/୦୯/୨୧ (ଜିଲ୍ଲା ଖବର) :  ଜଗତସିଂହପୁର ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ।  ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଚାଷୀଙ୍କୁ ଏପରି ବ୍ୟବହାର ଦୁର୍ଭାଗ୍ୟଜନକ, ଏହା ଜିଲ୍ଲାପାଳଙ୍କଠୁ ଆଶା କରାଯାଏନି ।

ଜିଲ୍ଲାପାଳ ଦାୟିତ୍ଵହୀନ କାମ କରୁଛନ୍ତି, ତାଙ୍କ ନାଁରେ କ୍ରିମିନାଲ୍ କେସ୍ ଅଛି । ନିୟମ ଅନୁସାରେ ଜିଲ୍ଲାପାଳ ନିଜ ଜିଲ୍ଲାରେ ନିଯୁକ୍ତି ହୁଅନ୍ତି ନାହିଁ ।  ତାଙ୍କ ଘର ଜଗତସିଂହପୁରର ତିର୍ତ୍ତୋଲ, ସେ ଜିଲ୍ଲାରେ ପୋଷ୍ଟିଂ ହେଲେ କେମିତି ବୋଲି ଦାମ ପ୍ରଶ୍ନ କରିଛନ୍ତି ।

ବିଧାୟକଙ୍କୁ ନ ଡାକି ଶୁଭ ଦେଉଛନ୍ତି, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଫୋକସ କରୁଛନ୍ତି ।  ଚାଷୀଙ୍କୁ ଏପରି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ଦାମ କହିଛନ୍ତି ।  ଗତକାଲି ଚାଷୀଙ୍କ କଲର୍ ଟାଣି ବିବାଦକୁ ଆସିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।