Tuesday, October 13, 2026
Home ଅପରାଧ ଘରୁ ଡାକିନେଇ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

ଘରୁ ଡାକିନେଇ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

21

କନ୍ଧମାଳ,୧୭/୦୯/୨୧ (ଜିଲ୍ଲା ଖବର) : ବ୍ୟବସାୟୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା। ବାଲିଗୁଡା ଥାନା ରେବୀଙ୍ଗିଆ ପଞ୍ଚାୟତର ବଜାର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ପୋଡେଶୀ ଘରୁ ଡ଼ାକିନେଇ ଗୁଳି କରିଥିଲେ।

 ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। ମୃତକଙ୍କ ନାମ ହେଲେ ନବଘନ ସାହୁ। ପୋଡେଶୀ ଭୀମ ତାଙ୍କୁ ଘରୁ ଡାକିନେଇ ଗୁଳି ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନାଅନୁଯାୟୀ, ମୃତକ ନବଘନ ସାହୁ ବ୍ୟବସାୟ କରି ପରିବାର ଚଳାନ୍ତି । ନବଘନ ସାହୁଙ୍କୁ ଘରୁ ଡାକି ନେଇ ଗୁଳିମାଡ  କରିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ବାଲିଗୁଡା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନବଘନ ସାହୁଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି l ପିଠିରେ ଓ ଛାତିରେ ମୋଟ ପାଞ୍ଚ ରାଉଣ୍ଡ ଗୁଳି ମାଡ଼ ହୋଇଛି। ବାଲିଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।