Friday, November 13, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Nia Sharma

ଜନ୍ମଦିନର ଶୁଭେଚ୍ଛା ! Nia Sharma

5

ନୂଆଦିଲ୍ଲୀ, ୧୭/୦୯/୨୧ (ଜିଲ୍ଲା ଖବର) : ଟେଲି ଦୁନିଆଁର ଚୁଲବୁଲି ନାୟିକା ନିଆ ଶର୍ମାଙ୍କ ଆଜି ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୯୦ରେ  ଦିଲ୍ଲୀରେ ଜନ୍ମିତ ନିଆ, ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଲ୍ଲୀରେ ସେ  ପଢାପଢି କରିଥିଲେ । ମିଡିଆ ଷ୍ଟଟିଜ୍ ରେ ଡିଗ୍ରୀ ହାସଲ କରିବା ପରେ , ସେ ମଡେଲିଂ ଓ ଟିଭି ଦୁନିଆଁରେ ପାଦ ଥାପିଥିଲେ ।  ସବୁବେଳେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ନିୟା । ନିଆ ଟିଭି ଶୋ’ ’କାଳୀ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଧାରାବାହିକ’ ଏକ୍ ହଜାରୋଁ ମେଁ ମେରୀ ବେହନା ହେଁ ‘ମାଧ୍ୟମରେ  ସେ ବେଶ ପରିଚିତ ହୋଇଥିଲେ । ଏହାପରେ ସେ ଆହୁରି ଅନେକ ଟିଭି ଶୋ’ରେ କାମ କରି ବେଶ ଲୋକପ୍ରିୟତା ସାଉଣ୍ଟିଛନ୍ତି ।

ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ନିଆ ଶର୍ମା । ସବୁବେଳେ ସେ ତାଙ୍କର ଗ୍ଲାମରସ ଓ ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ ମୁମ୍ବାଇରେ ଏକ ଘର କିଣିଛନ୍ତି । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଗାଡି କିଣିବାକୁ ମଧ୍ୟ  ବେଶ ପସନ୍ଦ କରନ୍ତି ନିଆ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।