Sunday, October 11, 2026
Home ଆଞ୍ଚଳିକ ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

9

୧୭/୦୯/୨୧ (ଜିଲ୍ଲା ଖବର) : ଆଜି 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଦେଶ ବିଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ନିଆରା ଶୈଳୀରେ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ତାଙ୍କ ପ୍ରଶଂସକ ।

ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।

ପୁରୀ ବେଳାଭୂମିରେ 2035ଟି ଶାମୁକାରେ ସେ ପ୍ରଧାନମନ୍ତ୍ରୀଙ୍କର ଏକ ବିରାଟ ମୂର୍ତ୍ତି ତିଆରି କରିଛନ୍ତି । ଏବଂ ଟ୍ୱିଟ କରି ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।