Thursday, November 12, 2026
Home ଆଞ୍ଚଳିକ Met Gala 2021ରେ ଏକମାତ୍ର ଭାରତୀୟ ସୁଧା ରେଡ୍ଡି

Met Gala 2021ରେ ଏକମାତ୍ର ଭାରତୀୟ ସୁଧା ରେଡ୍ଡି

17

ନୂଆଦିଲ୍ଲୀ,୧୭/୦୯/୨୧ (ଜିଲ୍ଲା ଖବର) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଟ୍ ଗାଲା୨୦୨୧ ରେ ମଧ୍ୟ ସେଲିବ୍ରେଟିଙ୍କ ଜବରଦସ୍ତ ଫ୍ୟାଶନ ଦେଖିବାକୁ ମିଳିଥିଲା । ରେଡ କାର୍ପେଟରେ ଅଭିନେତ୍ରୀ ମାନେ ନିଜ ନିଜର ଫ୍ୟାଶନ ଷ୍ଟାଇଲରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିମ କାର୍ଦସିଆନ୍ ନିଜର ୟୂନିକ୍ ଷ୍ଟାଇଲରେ ଧମାଲ ମଚାଇଥିଲେ । ତେବେ ଏହି ପପୁଲାର୍ ଅନ୍ତର୍ଜାତୀୟ ସେଲିବ୍ରେଟମାନଙ୍କୁ ଏକମାତ୍ର ଭାରତୀୟ ସୁଧା ରେଡ୍ଡୀ ମଧ୍ୟ ଟକ୍କର୍ ଦେଇଥିଲେ।

ଗୋଲ୍ଡେନ ପ୍ରିଣ୍ଟେଡ ଗାଉନରେ ମେଟ୍ ଗାଲା ରେଡ୍ କାର୍ପେଟରେ ପହଞ୍ଚି ସୁଧା ରେଡ୍ଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରକାଶ ଥାଉକି, ସୁଧା ରେଡ୍ଡି ହେଉଛନ୍ତି ହାଇଦ୍ରାବାଦର ବିଜନେସମ୍ୟାନ୍ ମେଘା କୃଷ୍ଣ ରେଡ୍ଡିଙ୍କ ପତ୍ନୀ । Megha Engineering and Infrastructure Limited (MEIL) ର ନିର୍ଦ୍ଦେଶକ ସୁଧା ସାମାଜସେବା କରିବା ପାଇଁ ମଧ୍ୟ ବେଶ ଜଣାଶୁଣା ।

ମେଟ୍ ଗାଲା ୨୦୨୧ ରେ ଭାଗ ନେଇଥିବା ସୁଧା ରେଡ୍ଡି ହେଉଛନ୍ତି ଏକମାତ୍ର ଭାରତୀୟ । ଇଭେଣ୍ଟ ପାଇଁ ସେ ଖୁବ୍ ସୁନ୍ଦର ଗୋଲ୍ଡେନ ପ୍ରିଣ୍ଟେଡ୍ ଗାଉନ୍ ବାଛିଥିଲେ । ଏହା ସହିତ ସେ ୧୮ କ୍ୟାରେଟ୍ ସୁନା ଏବଂ ୩୫ କ୍ୟାରେଟ୍ ହୀରା ଦ୍ୱାରା ନିର୍ମିତ କର୍ଣ୍ଣ କଫ ପିନ୍ଧିଥିଲେ। ଯାହାକୁ ପ୍ରସିଦ୍ଧ ଇଣ୍ଡିଆନ୍ ଡିଜାଇନର ଫାଲ୍ଗୁନି ଏବଂ ସେନ୍ ପାଇକକ୍ ଡିଜାଇନ୍ କରିଥିଲେ । ଏହାକୁ ପ୍ରସ୍ତୁତ କରିବା ପାଇଁ ୨୫୦  ଘଂଟା ଲାଗିଥିଲା ।

ଏହି ଘଟଣାକୁ ସ୍ମରଣୀୟ ବୋଲି ବର୍ଣ୍ଣନା କରି ସୁଧା କହିଛନ୍ତି ଯେ, ଏହି ଇଭେଣ୍ଟରେ ସେ ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାଶନ କଳାକାରଙ୍କୁ ଭେଟିଥିଲେ। ଯାହାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି ।