ଗ୍ୟାସ ଗାଡିକୁ ପିଟିଲା ବାଇକ, ଦୁଇ ଗୁରୁତର

6

ଯାଜପୁର,୧୭/୦୯/୨୧ (ଜିଲ୍ଲା ଖବର) :  ଯାଜପୁର  NH-16 କଡେଇ ଛକ ନିକଟରେ ଗ୍ୟାସ ଗାଡି ସହ ବାଇକ ଧକ୍କା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି ।  କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡି ଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବାବେଳେ ବାଇକ ସହ ଧକ୍କା ହୋଇଥିଲା ।

ବାଇକ ଟି ଗାଡି ତଳେ ପସି ଯିବା ଫଳରେ ଗ୍ୟାସ ଗାଡିର ଟାୟାର ଫାଟି ଯାଇଥିଲା । ଯାହା ଫଳରେ ବାଇକରେ ଥିବା ଦୁଇ ଜଣକୁ ଗୁରୁତର ଆହତ ହୋଇଥିଲେ । ସେହି ଅବସ୍ଥାରେ ତାଙ୍କୁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଗ୍ୟାସ ଲିକ ହେବାରେ ଲାଗିଛି ।

ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ଚେଷ୍ଟା ଜାରି ରଖିଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚିଥିବା ସୂଚନା ରହିଛି ।