Sunday, November 15, 2026
Home ଆଞ୍ଚଳିକ ମୁଖ୍ୟମନ୍ତ୍ରୀ ଓ ନାବାର୍ଡର ଚେୟାରମ୍ୟାନଙ୍କ ମଧ୍ୟରେ ଆଲୋଚନା

ମୁଖ୍ୟମନ୍ତ୍ରୀ ଓ ନାବାର୍ଡର ଚେୟାରମ୍ୟାନଙ୍କ ମଧ୍ୟରେ ଆଲୋଚନା

12

୧୭/୦୯/୨୧ (ଜିଲ୍ଲା ଖବର) : ନାବାର୍ଡର ଚେୟାରମ୍ୟାନ୍ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।  ରାଜ୍ୟରେ ଗ୍ରାମୀଣ ଭିତ୍ତିଭୂମି ମଜବୁତ କରିବା ପ୍ରସଙ୍ଗରେ ଦୁହିଁଙ୍କ ଭିତରେ ଆଲୋଚନା ହୋଇଛି।

ଆଲୋଚନା ସମୟରେ ଦାରିଦ୍ର୍ୟ ହ୍ରାସ ତଥା ଗ୍ରାମାଞ୍ଚଳରେ ଦ୍ରୁତ ଭିତ୍ତିଭୂମି ବିକାଶ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ବ୍ୟାପକ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନୂତନ ଭାବେ ଆରମ୍ଭ ହୋଇଥିବା ଗ୍ରାମୀଣ ଭିତ୍ତିଭୂମି ସହାୟତା ଯୋଜନା (RIAS) କୁ ପ୍ରଶଂସା କରିଛନ୍ତି। ଏହି ଯୋଜନା ସଡକ, ବ୍ରିଜ୍ ଭଳି ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରକଳ୍ପ ଭିତ୍ତିକ ଆର୍ଥିକ ବୃଦ୍ଧି କରିବ ବୋଲି ସେ ଆଶା କରିଛନ୍ତି।

କୃଷି ଏବଂ ଅଣ ଚାଷ କ୍ଷେତ୍ରରେ ଭିତ୍ତିଭୂମି ତଥା ବିଭିନ୍ନ ଜୀବିକା କାର୍ଯ୍ୟକ୍ରମକୁ ମଜବୁତ କରିବା ପାଇଁ ରାଜ୍ୟର ପଦକ୍ଷେପକୁ ନାବାର୍ଡର ଚେୟାରମ୍ୟାନ୍ ଡକ୍ଟର ଚିନ୍ତାଲା ପ୍ରଶଂସା କରିଛନ୍ତି। ଆଲୋଚନା ସମୟରେ ସିଏମ୍ (5-ଟି) ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ନାବାର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ।