
୧୭/୦୯/୨୧ (ଜିଲ୍ଲା ଖବର) : ଆଜି ଲକ୍ଷ୍ନୌରେ ଅନୁଷ୍ଠିତ ହେବ ୪୫ ତମ ଜିଏସଟି ପରିଷଦର ବୈଠକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ପ୍ରାୟ ୪୮ରୁ ଉର୍ଦ୍ଧ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାର ଉପରେ ଉପରେ ଏହି ବୈଠକରେ ବିଚାରବିମର୍ଶ ହୋଇପାରେ।
ସେହିପରି ଏହି ବୈଠକରେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବା ନେଇ ଆଲୋଚନା ହେବ। ଏମିତି ହେଲେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ।
ଅନ୍ୟପଟେ ଆଜିର ଏହି ବୈଠକରେ କୋରୋନା ମେଡିସିନ ଉପରେ ରିହାତି ଅବଧିକୁ ମଧ୍ୟ ଡିସେମ୍ବର ୩୧ ଯାଏ ବଢାଯିବାର ସମ୍ଭାବନା ରହିଛି। ଆଜିର ଏହି ବୈଠକରେ ରାଷ୍ଟ୍ରମନ୍ତ୍ରୀ ଏମପିପି ଚୌଧୁରୀଙ୍କ ସମେତ ସମସ୍ତ ବିଭିନ୍ନ ରାଜ୍ୟର ପ୍ରତିନିଧି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


