
୧୭/୦୯/୨୧ (ଜିଲ୍ଲା ଖବର) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ। ଆଜିର ଦିନରେ ଅର୍ଥାତ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ ଏହି ମହାନାୟକ। ଜୀବନ କାଳ ଭିତରେ ଅନେକ ସଂଘର୍ଷ କରି ସେ ଆଜି ଭାରତର ପ୍ରଧାନମନ୍ତ୍ରୀ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି।
ଦେଶ ସେବା ପାଇଁ ନିଜକୁ ସମର୍ପଣ କରିଥିବା ଏହି ମହାନ ଦେଶ ଭକ୍ତ ଦେଶର ଗରିବ ଜନତାଙ୍କ ଅନୁଭବ ଓ ଅନୁଭୁତିର ପ୍ରତିଛବି। ତାଙ୍କର ବିଭିନ୍ନ ଯୋଜନା ଲୋକଙ୍କୁ ଆର୍ଥିକ ସ୍ଵଛଳ କରିବାରେ ସାହାଯ୍ୟ କରିଛି।
ତାଙ୍କର ଗରିବ କଲ୍ୟାଣ ଯୋଜନା ଆଜି ଅବହେଳିତ, ନିଷ୍ପେଷିତଙ୍କ ହୃଦୟକୁ ସ୍ପର୍ଶ କରିଛି। କରୋନା କାଳ ଭିତରେ ତାଙ୍କର ମୁକାବିଲା ଭାରତକୁ ଅନେକ ବିପଦରୁ ଦୂର କରିଛି। ତାଙ୍କର ଦକ୍ଷତା ବିଶ୍ଵ ଆଗରେ ଭାରତକୁ ଗର୍ବିତ କରିଛି। ଆଜି ଏହି ମହାନାୟକଙ୍କ ଜନ୍ମ ଦିନ। ଏହି ଅବସରରେ ବିଶ୍ଵସାରା ଶୁଭେଚ୍ଛାର ଶୁଅ ଛୁଟୁଛି।


