
୧୭/୦୯/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିବସକୁ ଜୋରଦାର ଭାବେ ପାଳନ କରିବା ପାଇଁ ବିଜେପି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଦଳ ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୭ ଯାଏ ସେବା ଏବଂ ସମର୍ପଣ ଅଭିଯାନ ଚାଲୁ ରହିବ।
ଏହାର ଅଂଶ ବିଶେଷ ସ୍ବରୁପ ଦେଶରେ କୋରୋନା ଟିକାକରଣ ବୃଦ୍ଧି ନେଇ ମଧ୍ୟ ଦଳ ପକ୍ଷରୁ ଜୋର ଦିଅଯାଇଛି। ଏହି ସମୟରେ ଭ୍ୟକ୍ସିନେସନକୁ ଏକ ବିରାଟ ଅଭିଯାନରେ ପରିଣତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବିଜେପି କର୍ମୀ ମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ପ୍ରକୃତ ଜନ୍ମଦିନର ଉପହାର ହେବ ବୋଲି ସେ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି।


