Tuesday, November 17, 2026
Home ଆଞ୍ଚଳିକ ୨୮ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି

୨୮ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି

4

୧୭/୦୯/୨୧ (ଜିଲ୍ଲା ଖବର) : ହୀରାକୁଦ ଡ୍ୟାମକୁ ଜଳପ୍ରବେଶ ହ୍ରାସ ପାଇଛି । ୨୮ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ରାତିଠୁ ଜଳ ପ୍ରବେଶ ହ୍ରାସ ପାଇ ସେକେଣ୍ତ ପ୍ରତି ୪ ଲକ୍ଷ ୭୮ ହଜାର ୨୦୩ କ୍ୟୁସେକ ଜଳ ପ୍ରବେଶ କରୁଛି ।

 ପୂର୍ବରୁ ୫ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ତେଵେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୮୩ ଘନ ଫୁଟ ରହିଛି। ମୋଟ ୨୮ ଟି ଗେଟ ଯୋଗେ ସେକେଣ୍ତ ପ୍ରତି ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି।