
କଟକ, ୧୭/୦୯/୨୧ (ଜିଲ୍ଲା ଖବର) : ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲାରେ ଆଜି ଆସିବ ରାୟ। ହାଇକୋର୍ଟ ଗତକାଲି ମାମଲାର ଶୁଣାଣି ଶେଷ କରିଛନ୍ତି ।
ଦୂର୍ଗା ପୂଜାକୁ ଆଉ କେଇଟା ଦିନ ବାକି ଥିବାବେଳେ ମୂର୍ତ୍ତି ଉଚ୍ଚତା ନେଇ ଏପର୍ଯ୍ୟନ୍ତ ମାମଲାର ସମାଧାନ ହୋଇପାରିନି । ଗୋଟିଏ ପଟେ କଟକିଆଙ୍କ ସ୍ୱାଭିମାନ୍ ଆଉ ଶହ ଶହ ବର୍ଷର ପୁରୁଣା ପରମ୍ପରା ଓ ଅନ୍ୟପଟେ ରାଜ୍ୟ ସରକାରଙ୍କ ଜିଦ୍ । ଏହାରି ଭିତରେ ଆଜି ହାଇକୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ତେବେ ସ୍ୱାଭିମାନ୍ ରକ୍ଷା ପାଇଁ ଦିନ ରାତି ପ୍ରତିବାଦ ହେଉଛି। ଏମିତିକି ପ୍ରବଳ ବର୍ଷାରେ ବି ଓଦା ହୋଇ କଟକିଆମାନେ ପ୍ରତିବାଦ କରିଛନ୍ତି।



