Saturday, November 14, 2026
Home ଆଞ୍ଚଳିକ ‘ସୀତା’ରେ ରାବଣ ଚରିତ୍ରରେ ନଜର ଆସିବେ ରଣବୀର ସିଂହ

‘ସୀତା’ରେ ରାବଣ ଚରିତ୍ରରେ ନଜର ଆସିବେ ରଣବୀର ସିଂହ

12

ନୂଆଦିଲ୍ଲୀ ,୧୭/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ନିକଟରେ ଅଲୌକିକ ଦେଶାଇଙ୍କ  ଅପକମିଙ୍ଗ ଫିଲ୍ମ’ସୀତା ଦ ଇନକାରନେସନ’ ସାଇନ୍ କରିଛନ୍ତି । ଏଥିରେ ସେ ମୁଖ୍ୟ ଭୂମିକା ସୀତା ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଖବର ଅନୁଯାୟୀ ଏଥିରେ ରାବଣ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ରଣବୀର ସିଂହ ବୋଲି ଶୁଣିବାକୁ ମିଳୁଛି ।  

ଫିଲ୍ମଫେୟାର ଖବର ଅନୁଯାୟୀ, ଏହି ଫିଲ୍ମରେ ରାବଣ ଭୂମକା ପାଇଁ ନିର୍ମାତା, ରଣବୀର ସିଂହଙ୍କୁ ଆପ୍ରୋଚ କରିଛନ୍ତି । ଗତ ମେ’ ମାସରୁ ରଣବୀରଙ୍କୁ ଏହି ଅଫର ଦିଆ ଯାଇଥିଲା । ଏହା ପରଠାରୁ ଚର୍ଚ୍ଚା ଜାରି ରହିଥିଲା । ତେବେ ରଣବୀରଙ୍କ ଫାଇନାଲ ନିଷ୍ପତି ପାଇଁ ଅପେକ୍ଷା କରିଛନ୍ତି ।