Home ଆଞ୍ଚଳିକ ପ୍ରଖର ସ୍ରୋତରେ ଭାସି ଯାଇ ଯୁବକ ମୃତ

ପ୍ରଖର ସ୍ରୋତରେ ଭାସି ଯାଇ ଯୁବକ ମୃତ

17

ଯାଜପୁର, ୧୭/୦୯/୨୧ (ଜିଲ୍ଲା ଖବର) :  ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଯାଇ ଯୁବକ ମୃତ । ଯାଜପୁର ଜିଲ୍ଲା ବରୀ ବ୍ଲକ ଇଷାଣପୁର ପଞ୍ଚାୟତରେ ଅଭାବନୀୟ ଘଟଣା । ଲଘୁଚାପ ବର୍ଷାରେ ଗାଁ, ରାସ୍ତା ସବୁଠି ପଶିଛି ପାଣି । ଗତକାଲି ଶଙ୍କରାକୁଳ ଗାଁର ରଞ୍ଜନ କର ଘରକୁ ଫେରୁଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।  ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ବନ୍ୟା ପାଣିରେ ଭାସି ଯାଇ 6 ଜଣଙ୍କ ଜୀବନ ଯାଇଛି । କେନ୍ଦ୍ରାପଡାରୁ ତିନି ଜଣ ଓ ଖୋର୍ଦ୍ଧା,ଯାଜପୁର ଓ ଗଞ୍ଜାମ ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।