Sunday, November 15, 2026
Home ଆଞ୍ଚଳିକ କେବେ ବିବାହ କରିବେ କହିଲେ ଶିବାଙ୍ଗୀ

କେବେ ବିବାହ କରିବେ କହିଲେ ଶିବାଙ୍ଗୀ

13

ନୂଆଦିଲ୍ଲୀ,୧୭/୦୯/୨୧ (ଜିଲ୍ଲା ଖବର) : ଟେଲି ଧାରାବାହିକ’ୟେ ରିସ୍ତା କ୍ୟା କେହେଲାତା ହେ’ ଫେମ ଶିବାଙ୍ଗୀ ଯୋଶି ହେଉଛନ୍ତି ଟେଲି ଦୁନିଆଁର ଜଣେ ଜଣାଶୁଣା ଅଭିନେତ୍ରୀ । ଏହି ଧାରାବାହିକ ମାଧ୍ୟମରେ ବେଶ ଲୋକପ୍ରିୟତା ଏବଂ ଭଲପାଇବା ସାଉଣ୍ଟିଛନ୍ତି ସେ ।  ସୋସିଆଲ ମିଡିଆରେ ଆକ୍ଟିଭ୍ ରହି , ସେ ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ଶିବାଙ୍ଗୀ ଇନଷ୍ଟାଗ୍ରାମରେ ସଓ୍ବାଲ-ଜଓ୍ବାବ୍ ସେସନରେ ଫ୍ୟାନ୍ସଙ୍କ ସବୁ ପ୍ରଶ୍ନର ଜବାବ୍ ଦେଇଛନ୍ତି । ଏହା ମାଧ୍ୟମରେ ତାଙ୍କ ଜଣେ ଫ୍ୟାନ୍ସ ଶିବାଙ୍ଗୀଙ୍କୁ ତାଙ୍କ ବିବାହର ପ୍ଲାନ୍ ବିଷୟରେ ପଚାରିଥିଲେ । ଯାହାର ଏକଦମ୍ ମଜାଦାର ଜବାବ୍ ଦେଇଥିଲେ ଶିବାଙ୍ଗୀ ।

ଏହି ପ୍ରଶ୍ନର ଉତ୍ତର ଦେଇ ସେ  ଏକଦମ୍ ମଜାଦାର ଅନ୍ଦାଜରେ କହିଥିଲେ ଯେ, ‘ଦେଖୁଙ୍ଗି,ସୋଚୁଙ୍ଗି,କଲ ପରସୋ କୁଛ୍ କହୁଙ୍ଗି ।  ତେବେ ଶିବାଙ୍ଗୀଙ୍କ ଏହି ଉତ୍ତରରେ ଫ୍ୟାନ୍ସଙ୍କୁ ବୁଝା ପଡିଗଲା ଯେ, ଏବେ ଶିବାଙ୍ଗୀଙ୍କର ବିବାହ କରିବାର କୌଣସି ପ୍ଲାନ୍ ନାହିଁ ।