Home ଅପରାଧ ଦୁର୍ବୃତ୍ତ ଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ମୃତ

ଦୁର୍ବୃତ୍ତ ଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ମୃତ

15

ବାଲିଗୁଡା, ୧୭/୦୯/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ରେବିଙ୍ଗିଆ ଗ୍ରାମରେ ରୁହନ୍ତି | ନବଘନ ସାହୁ ଓ ସେ ଜଣେ ବ୍ୟବସାୟୀ | ଗତକାଲି ଭୀମ ବେହେରା ନାମକ ବ୍ୟକ୍ତି ଜଣକ ଗୁଳି ମାରି ଫେରାର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ନବଘନ ସାହୁ ଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଓ ଏସ ଆଇ ରଚିତା ମାଡ଼କାମି ତଦନ୍ତ କରିବାସହ ହତ୍ୟାକାରୀ କୁ ତୁରନ୍ତ ଗିରଫ କରାଯିବା ବୋଲି ସୂଚନା ଦେଇଛନ୍ତି |