
୧୭/୯/୨୧,(ଜିଲ୍ଲା ଖବର):
ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବି ମେଡିକାଲ କଲେଜ ଓ ହସପିଟାଲ ର ମେଡ଼ିସିନ ବିଭାଗ ର ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢ଼ୀ ଙ୍କ ପରଲୋକ। ଗତକାଲି ରାତିରେ କଟକ ବଜ୍ରକବାଟୀ ସ୍ଥିତ ବାସଭବନରେ ପରଲୋକ ଘଟିଛି। ହଠାତ୍ ଶ୍ଵାସ କ୍ରିୟାରେ ଅସୁବିଧା ହେବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ତେବେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚଳିତ ମାସ ୩୦ ତାରିଖରେ ସେ ଚାକିରୀ ରୁ ଅବସର ନେଇଥାନ୍ତେ। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପାଢୀ ଏସସିବି ମେଡିକାଲ କଲେଜ ର ପୂର୍ବତନ ବିଭାଗୀୟ ମୁଖ୍ୟ ଦାୟିତ୍ଵ ମଧ୍ୟ ତୁଲାଇଥିଲେ। ପୁରୀ ଜଗନ୍ନାଥ ମେଡିକାଲ କଲେଜର ଅଧ୍ୟକ୍ଷା ଡାକ୍ତର ମାୟା ପାଢୀ ତାଙ୍କର ସହଧର୍ମିଣୀ ଅଟନ୍ତି। ତାଙ୍କ ବିୟୋଗ ରେ ଚିକିତ୍ସା ଜଗତ ରେ ଶୋକର ଛାୟା ଖେଳିଯାଇଛି।


