
ରାୟଗଡା ଜିଲ୍ଲା,17/9(ଜ଼ିଲ୍ଲା ଖବର ):
ରାୟଗଡା ଜିଲ୍ଲା ମୁନିଗୁଡାରେ ସ୍ଥାନୀୟ ବଗିଚା ସାହିରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ନୁଆଁଖାଇ ପର୍ବ ଧୂମଧାମର ସହ ପାଳିତ ହୋଇଯାଇଛି l ଏହି ଅବସରରେ ପରିବାରରେ ଛୋଟ ରୁ ଆରମ୍ଭ କରି ବଡ଼ ସମସ୍ତ ସଦସ୍ୟ ମାନେ ସକାଳୁ ନୂତନ ବସ୍ତ୍ର ଧାରଣ କରି ପ୍ରଥମେ ନିଜ ନିଜ ଇଷ୍ଟ ଦେବୀଙ୍କ ପାଖରେ ନୂତନ ଧାନ,ଚାଉଳ ସହ ବିଭିନ୍ନ ଫସଲ ମା ଙ୍କ ପାଖରେ ରଖି ପୁଜାର୍ଚ୍ଚନା କରିଥାନ୍ତି ଓ ସେହି ନୂତନ ଫସଲର ଚାଉଳକୁ ରୋଷେଇ କରି ତାହା ସହ ଅନ୍ୟାନ୍ୟ ପିଠା,ପଣା ତିଆରୀ କରି ଭୋଗ ଲଗାଇ ପରେ ପରିବାର ସହ ଖାଇବା ସହ ପାଖ ପଡୋଶୀ ଓ ବନ୍ଧୁ ବାନ୍ଧବ ମାନଙ୍କୁ ଦେଇ ହସ ଖୁସିରେ ନୁଆଁଖାଇ ପାଳନ କରିଥିଲେ l ଶେଷରେ ଘରର ସମସ୍ତ ବୈଜଷ୍ଠ ଲୋକ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହ ସାହିର ବୈଜଷ୍ଠ,ପଡୋଶୀ ଓ ବନ୍ଧୁ ବାନ୍ଧବ ମାନଙ୍କୁ ପରସ୍ପରରେ ଶୁଭେଚ୍ଛା ଜଣାଇଥିଲେ l ଶେଷରେ ସାହିର ସମସ୍ତେ ଏକତ୍ରିତ ହୋଇ ନାଚ ଗୀତ କରି ମଜା ନେଇଥିଲେ l ସାହିରେ ଏହି ନୁଆଁଖାଇ ପର୍ବ ପାଳନ ଦ୍ୱାରା ପରମ୍ପରା ବଜାୟ ରଖିବା ସହ ସାହିରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ସହ ସବୁବେଳେ ଏକତ୍ରିତହୋଇ ରହିଥାଏ ବୋଲି ବୈଜଷ୍ଠ ମାନେ ପ୍ରକାଶ କରିଥିଲେ l ଉକ୍ତ ପର୍ବକୁ ସାହିର ସମସ୍ତ ଯୁବକ ମାନେ ପରିଚାଳନା କରିଥିଲେ l ସେହିପରି ମୁନିଗୁଡାର ବିଭିନ୍ନ ସାହିରେ ପବିତ୍ର ନୁଆଁଖାଇ ପର୍ବ ପାଳନ କରାଯାଇଥିବା ଜଣାପଡିଛି l
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ


