Sunday, November 15, 2026
Home ଆଞ୍ଚଳିକ ଗଞ୍ଜେଇ ଜବତ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା କୋଦଳା ପୋଲିସ

ଗଞ୍ଜେଇ ଜବତ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା କୋଦଳା ପୋଲିସ

6

କୋଦଳା, 17/9(ଜ଼ିଲ୍ଲାଖବର) :

ବୁଧବାର କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲ୍ଲୀ ଗ୍ରାମରେ କୋଦଳା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୭୦ କିଗ୍ରା ଗଞ୍ଜେଇ ଜବତ କରାଯିବା ଘଟଣାରେ ଆଜି ପୋଲିସ ୪ଜଣ ଅଭିଯୁକ୍ତ ରତ୍ନାକର ଖଟୁଆ,କସ୍ତୁରୀ ବିଷୋୟୀ, ଅହଲ୍ୟା ବିଷୋୟୀ ଏବଂ ତନୁ ସ୍ବାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେଶ ନମ୍ବର ୪୭୮/ତା ୧୬.୯.୨୦୨୧ ଅନୁସାରେ ୨୦(ବି)ସି/୨୫/୨୬(ଏନ ଡି ପି ସି)ଦଫାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାଦାର୍ଖପଲ୍ଲୀ ଗ୍ରାମର କବିରାଜ ବିଷୋୟୀ ଙ୍କ ଘରୁ ଅତିରକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପ୍ରାୟ ୫୭୦ କେ.ଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା। ବାରମ୍ବାର ଏଭଳି କୋଦଳା ଏରିଆରେ ଘଟୁଥିବା ଯୋଗୁଁ କିଭଳି ଏହାକୁ ରୋକାଯାଇପାରିବା ସହ ଏହାର ଚେର ପର୍ଯ୍ୟନ୍ତ ପୋଲିସ ଓ ପ୍ରସାସନ ପହଁଚୁଛି ଦେଖିବାକୁ ବାକି ରହିଲା। ଏହା ପୂର୍ବରୁ ମଧ୍ୟ କୋଦଳା ପୋଲିସକୁ ସଫଳ ମିଳିଛି। ପ୍ରଥମେ କଞ୍ଚଣା ନିକଟରୁ ୯୦୦ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ ହୋଇଥିବା ବେଳେ ଭାଟପୋଡ଼ା ନିକଟରୁ ୩୪୦ କେଜି କଞ୍ଚଣା ନିକଟରୁ ୧୦୦ କେଜି ବେତେରାପୋଲି ନିକଟରୁ ୧୦୦୦ କେଜି ଜବତ କରିବାରେ ସଫଳ ହୋଇଥିଲେ। ଏଇ ଅଞ୍ଚଳରେ ବିଭିନ୍ନ ଉପାୟରେ କୋଲକାତା, ଝାଡ଼ଖଣ୍ଡ, ସୁରଟ, ମୁମ୍ବାଇ କୁ ଦିନକୁ ଦିନ ଗଂଜେଇ ଚୋରାଚାଲାନହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ର ନିଦ ହଜାଇ ଦେଇଛି ଏବେ ଦେଖିବାକୁ ବାକି ରହିଲା ଏଇ ଚୋରା ଚାଲାଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁ କେବେ ପୋଲିସ ଗିରଫ କରୁଛି….