Sunday, November 15, 2026
Home ଆଞ୍ଚଳିକ ନୂଆ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଝଟକା ଲଗାଇଲେ ନେହା

ନୂଆ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଝଟକା ଲଗାଇଲେ ନେହା

10

ନୂଆଦିଲ୍ଲୀ, ୧୬/୦୯/୨୧ (ଜିଲ୍ଲା ଖବର) : ବଲିଉଡର ପ୍ରସିଦ୍ଧ ଚୁଲବୁଲି ଗାୟିକା ନେହା କକ୍କର, ସବୁବେଳେ ନିଜ ଗାୟନ ଶୈଳୀ ଓ ତାଙ୍କ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ନେହା । ଫଟୋ ଏବଂ ଭିଡିଓ ସୋୟାର କରି ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜରେ ସେ ଫଟୋ ଓ ଭିଡିଓ ସେୟାର କରନ୍ତି । ଯାହା ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ । ଠିକ୍ ସେମିତି ନିକଟରେ ପୁଣି ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ସେ ଗୋଲାପି ରହଙ୍ଗର କ୍ରପ୍ ଟପ୍ସ  ଏବଂ ଗ୍ରୀନ୍ କଲର ସଟ୍ସ ଆଉ ତା ସାଙ୍ଗକୁ ତାଙ୍କର ହେୟାର କଲର ସତରେ, ଏକଦମ୍ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି  ନେହା । ତାଙ୍କର ଏହି ଫଟୋ ଦେଖି କେହିକେହି ଏହାକୁ ପସନ୍ଦ କରୁଥିବା ବେଳେ, କେହିକେହି ତାଙ୍କର ମଜାକ୍ ମଧ୍ୟ ଉଡାଉଛନ୍ତି ।

ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି ଯେ, ନେହା ଏହା କ’ଣ କଲେ’ । ଅନ୍ୟଜଣେ ଲେଖିଛନ୍ତି ’Didi this dress don’t suits u. Looks like a chapri’ ।

ପ୍ରକାଶ ଥାଉକି, ନିକଟରେ ନେହା କକ୍କରଙ୍କ ଗୀତ’କାଣ୍ଟା ଲାଗା’ ରିଲିଜ୍ ହୋଇ ଯାଇଛି । ଯାହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି ।