
୧୬/୦୯/୨୧ (ଜିଲ୍ଲା ଖବର) : ଚୀନକୁ ପୁଣି ଥରେ ଫେରିଲା ଲକଡାଉନ । ହଠାତ୍ କୋରନା ସଂକ୍ରମଣ ବଢିବାରୁ ସରକାରଙ୍କ ତରଫରୁ କଠୋର ପଦକ୍ଷେପ ନିଆଯାଇଛି । ଏନେଇ କିଛି ସହର ଗୁଡିକୁ ପୁଣିଥରେ ଲକଡାଉନ କରାଯାଇଛି ।
ଚୀନର ଦକ୍ଷିଣ ପୂର୍ବ ପ୍ରଦେଶ ଫୁଜିଆନରେ ପ୍ରାୟ 40 ଲକ୍ଷ ଲୋକ ବସବାସ କରୁଥିବାବେଳେ ଏଠାରେ ଗତ 4 ଦିନ ହେଲା ସଂକ୍ରମଣ ହାର ବୃଦ୍ଧି ପାଉଛି । ଚିହ୍ନଟ ମାମଲାରେ ଅନେକ ଡେଲଟା ଭାରିଆଣ୍ଟ ବୋଲି ମଧ୍ୟ ଜଣାପଡିଛି । ଫଳରେ ଏହି ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି ।
ଏହି ଦକ୍ଷିଣ ଚୀନରୁ ଜିଆମେନ ପର୍ଯ୍ୟନ୍ତ କମ୍ୟୁନିଟି ଟ୍ରାନ୍ସମିଶନର ଆଶଙ୍କା କରାଯାଉଛି । ଅନ୍ୟପଟେ କିଛି କର୍ତ୍ତୃପକ୍ଷ କହିଛନ୍ତି ଯେ, ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ହାର ବୃଦ୍ଧି ପାଇଛି । ଜରୁରୀ କାର୍ଯ୍ୟ ନଥିଲେ ଲୋକଙ୍କୁ ଘର ବାହାରିବାକୁ ବାରଣ କରାଯାଇଛି । ସଂକ୍ରମିଥ ଅଞ୍ଚଳରେ କଡାକଡି ଭାବରେ ଲକଡାଉନ ନିୟମ ପାଳନ କରାଯାଉଛି ।


