ମୂର୍ତ୍ତି ଉଚ୍ଚତା ମାମଲା, କାଲି ଆସିବ ରାୟ

7

କଟକ, ୧୬/୦୯/୨୧ (ଜିଲ୍ଲା ଖବର) :  କଟକ ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲା । ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ । ଆସନ୍ତାକାଲି ପ୍ରକାଶ ପାଇବ ରାୟ । ଆବେଦନକାରୀ ସୂର୍ଯ୍ୟକାନ୍ତ ସଂଗନେରିଆ ଏନେଇ ସୂଚନା ଦେଇଛନ୍ତି ।  

ଦୂର୍ଗା ପୂଜାକୁ ଆଉ କେଇଟା ଦିନ ବାକି ଥିବାବେଳେ ମୂର୍ତ୍ତି ଉଚ୍ଚତା ନେଇ ଏପର୍ଯ୍ୟନ୍ତ ମାମଲାର ସମାଧାନ ହୋଇପାରିନି । ଗୋଟିଏ ପଟେ କଟକିଆଙ୍କ ସ୍ୱାଭିମାନ୍ ଆଉ ଶହ ଶହ ବର୍ଷର ପୁରୁଣା ପରମ୍ପରା ଓ ଅନ୍ୟପଟେ ରାଜ୍ୟ ସରକାରଙ୍କ ଜିଦ୍ । ଏହାରି ଭିତରେ ଆସନ୍ତାକାଲି ହାଇକୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ।