Monday, November 16, 2026
Home ଆଞ୍ଚଳିକ ରାଜ୍ୟରେ କରୋନା ସଂକ୍ରମଣ କେବେ ବି ବଢ଼ିପାରେ: ବିଜୟ ମହାପାତ୍ର

ରାଜ୍ୟରେ କରୋନା ସଂକ୍ରମଣ କେବେ ବି ବଢ଼ିପାରେ: ବିଜୟ ମହାପାତ୍ର

6

୧୬/୦୯/୨୧ (ଜିଲ୍ଲା ଖବର) : WHO ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ହୁର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ ନୁହେଁ । ପ୍ରତି ମଡେଲର ଉପର ତଳ ଥାଏ । ଏହି କ୍ଷେତ୍ରରେ ବି ହୋଇପାରେ । ଆମେ ଆଶ୍ୱସ୍ତ ହେବା ନାହିଁ । ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେରଳରେ କରୋନା ସଂଖ୍ୟା ବଢି ବଢି ଚାଲିଥିଲା, ଏବେ ଧିରେ ଧିରେ କମୁଛି ।

ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢିପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ୱ ନିଜେ ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।