Sunday, November 15, 2026
Home ଆଞ୍ଚଳିକ ଏମିତି ଥିଲା ଗୌରୀଙ୍କ ଲଭଷ୍ଟୋରୀ

ଏମିତି ଥିଲା ଗୌରୀଙ୍କ ଲଭଷ୍ଟୋରୀ

15

ନୂଆଦିଲ୍ଲୀ, ୧୬/୦୯/୨୧ (ଜିଲ୍ଲା ଖବର) : ଟେଲି ଦୁନିଆଁର ଜଣାଶୁଣା ଅଭିନେତ୍ରୀ ଗୌରୀ ପ୍ରଧାନଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ  ଆଜି ତାଙ୍କର ଏହି ଖାସ ଦିନରେ ଆସନ୍ତୁ ଜାଣିବା ଗୌରୀ ପ୍ରଧାନ ଓ ହିତେନ ତେଜଓ୍ବାନୀଙ୍କ ଲଭଷ୍ଟୋରୀ ବିଷୟରେ ।

ଟେଲି ଦୁନିଆଁରେ ଏମିତି ଅନେକ ଯୋଡି ଅଛନ୍ତି, ଯେଉଁମାନେକି ସବୁବେଳେ ଚର୍ଚ୍ଚାରେ ରୁହନ୍ତି  ଏବଂ ସେମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ଠିକ୍ ସେମିତି ଏକ ଯୋଡି ହେଉଛି ଗୌରୀ ପ୍ରଧାନ ଓ ହିତେନ୍ ତେଜଓ୍ବାନୀଙ୍କ ଯୋଡି । ଟେଲି ଦୁନିଆଁରେ ନିଜ ଛାପ ଛାଡିଥିବା ଏହି ଯୋଡି, ରିୟଲ ଲାଇଫର ମଧ୍ୟ ଯୋଡି ହୋଇ ଅଛନ୍ତି । ଉଭୟ ହେଉଛନ୍ତି ପତି-ପତ୍ନୀ ।

ହିତେନ ତେଜଓ୍ବାନୀଙ୍କ ସହ ଗୌରୀ ପ୍ରଧାନଙ୍କ ଏହା ପ୍ରଥମ ବିବାହ ଥିବାବେଳେ, ହିତେନ ତେଜଓ୍ବାନୀଙ୍କର ଏହା ଥିଲା ଦ୍ବିତୀୟ ବିବାହ । ତାଙ୍କ ଲଭଷ୍ଟୋରୀ ଭାରି ମଜାଦାର ଥିଲା ।

ଏକ ସାକ୍ଷାତକାରରେ ଦୁହେଁ କହିଥିଲେ ଯେ, ୧୯୯୯ରେ ଏୟାରପୋର୍ଟରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା । ସେହି ପ୍ରଥମ ଦେଖାରେ ହିଁ  ଗୌରୀ , ହିତେନଙ୍କୁ ପସନ୍ଦ ଆସି ଯାଇଥିଲେ । ଏବଂ ସେ ତାଙ୍କୁ ଭଲ ପାଇ ବସିଥିଲେ । ହେଲେ ଦୁହିଁଙ୍କୁ ଏକଥା ଜଣାନଥିଲା ଯେ, ଦୁହେଁ ହାଇଦ୍ରାବାଦ ଗୋଟେ ସୁଟ ପାଇଁ ଯାଉଛନ୍ତି ବୋଲି । ଦୁହେଁ ପ୍ରଥମେ ବ୍ୟୁଟି ସୋପ୍ ଆଡରେ କାମ କରିଥିଲେ । ଏହାପରେ କିଛି ମାସ ଧରି ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ନଥିଲା । ତାପରେ ଧାରାବାହିକ,’କୁଟୁମ୍ବ’ ସେଟରେ ରେ ତାଙ୍କର ପୁଣି ଦେଖା ହୋଇଥିଲା ।  ହେଲେ ସେଠାରେ ତାଙ୍କର ସେମିତି ବିଶେଷ କଥାବାର୍ତ୍ତା ହୋଇ ନଥିଲା ।

ଏହି ଧାରାବାହିକ ଦେଖିବା ପରେ, ଦୁହିଁଙ୍କ ଯୋଡିକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହାପରେ ଦୁହେଁ ଏକତା କପୁରଙ୍କ ଆଉ କିଛି ଧାରାବାହିକରେ ମଧ୍ୟ କାମ କରିଛନ୍ତି । ତେବେ ଏହି ସୁଟିଂ ମାଧ୍ୟମରେ ହିଁ ପ୍ରଥମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ଏହା ପ୍ରେମର ରୂପ ନେଇଥିଲା । ଏହାପରେ ଦୁହେଁ ସାରା ଜୀବନ ସାଥି ହୋଇ ରହିବାକୁ ନିଷ୍ପତି ନେଇଥିଲେ ।

ତେବେ ଗୌରୀଙ୍କୁ ବିବାହ କରିବା ପୂର୍ବରୁ ହିତେନ ପ୍ରଥମେ ଏକ ବିବାହ କରିଥିଲେ । କିନ୍ତୁ ବିବାହର ମାତ୍ର ୧୧ମାସ ପରେ ହିଁ ତାଙ୍କର ଛାଡପତ୍ର ହୋଇଥିଲା । ଏହାପରେ ଗୌରୀ ପ୍ରଧାନଙ୍କୁ ବିବାହ କରିଥିଲେ ହିତେନ୍ ।

ଗୌରୀ ପ୍ରଧାନଙ୍କ କଥା କହିବାକୁ ଗଲେ,ତାଙ୍କ ବାପା ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର  ଓ ତାଙ୍କ ମା’ ହେଉଛନ୍ତି ଗୃହିଣୀ । ପୁନେରେ ରହୁଥିବା ଗୌରୀ, ଫେମିନା ମିସ ଇଣ୍ଡିଆ ରେ ଭାଗ ନେବା ପାଇଁ ମୁମ୍ବାଇ ଆସିଥିଲେ । ଏହାପରେ ସେ ମଡେଲିଂ ଆରମ୍ଭ କରିଥିଲେ । ଦୂରଦର୍ଶନରେ ଏକ ଧାରାବାହିକ ’ନୁରଜହାଁ’ ମାଧ୍ୟମରେ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।